Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baidyanath Panda

Inspirational

3  

Baidyanath Panda

Inspirational

ଆହେ ନୀଳାଚଳ ବିହାରୀ

ଆହେ ନୀଳାଚଳ ବିହାରୀ

1 min
260



ଆହେ ପ୍ରଭୁ ନୀଳାଚଳ ବିହାରୀ 

 ଶୁଣ ବାରେ ଏଇ ଭକ୍ତ ଗୁହାରି ॥

ବଢି ବଢି ଆସେ ଦୁଃଖ ଦାରୁଣ 

 ବିଜ୍ଞାନରେ ପରା ନାହିଁ ନିଦାନ॥

ତୁମେ ହର୍ତ୍ତାକର୍ତ୍ତା ତୁମେ ବିଧାତା 

 ତୁମେ ଅଟ ସର୍ବ କଳୁଷହାରି ॥

ଆହେ ପ୍ରଭୁ ନୀଳାଚଳ ବିହାରୀ 

କୋଉଠୁ ଆସିଲା ରୋଗ ଅଜଣା 

ନାଆଁ ଟି ତାହାର ହେଲା କରୋନା ॥

ମାଡି ଆସୁଛି ପାଟିକୁ ମେଲାଇ 

ସତେ କି ଗିଳିବ ସାରା ଦୁନିଆଁ ॥

ସାରା ବିଶ୍ୱ ଆଜି ଯାଇଛି ହାରି 

ଆହେ ପ୍ରଭୁ ନୀଳାଚଳ ବିହାରୀ

ବୁଝିଲାନି ଏଇ ମୂଢ଼ ମଣିଷ 

ନିଜର ସ୍ୱାର୍ଥରେ ହୋଇଲା ବଶ ॥

ପ୍ରକୃତି ସାଙ୍ଗରେ ଖେଳ ଖେଳିସେ 

ଭାବିଲା ନିଜକୁ ସିଏ ସର୍ବସ୍ବ ॥

ଅକାରଣେ କେତେ ଖେଳ ଖେଳିଲା 

ନିଜ ବିନାଶକୁ ନିଜେ ଡାକିଲା ॥

ଅସହାୟ ହୋଇ ସହାୟ ମାଗେ 

କ୍ଷମାକର ପ୍ରଭୁ ଦୋଷ ତାହାରି 

ଆହେ ପ୍ରଭୁ ନୀଳାଚଳ ବିହାରୀ ॥

ଚକ୍ରପେଷି ତାର ପ୍ରତାପ କମାଅ 

ଭାରତ ବର୍ଷରୁ ଯାଉ ସେ ଫେରି 

ଆହେ ପ୍ରଭୁ ନୀଳାଚଳ ବିହାରୀ ॥




Rate this content
Log in

Similar oriya poem from Inspirational