STORYMIRROR

Nityananda Sahu

Inspirational

4  

Nityananda Sahu

Inspirational

ପ୍ରଭୁ ପାଦ

ପ୍ରଭୁ ପାଦ

1 min
341


କହେ ଅରକ୍ଷିତ, ଶୁଣ ଆହେ ନାଥ

କେବେ ଦେବ ତୁମ ଦର୍ଶନ

ପତିତ ମୁଁ ଆଜି ପ୍ରଥଭ୍ରଷ୍ଟ

ପଶିଛି ତୁମ ଶରଣ ।।

ଦୁଃଖ ନାଶନ ହେ ପ୍ରଭୁ ନାରାୟଣ

ରକ୍ଷା କର ଚକ୍ର ଧାରୀ

ଜନ ଜୀବନ ପ୍ରଭୁ ଆଜି ତ୍ରାହି ତ୍ରାହି ଡାକେ

ହର ପ୍ରଭୁ ମହାମାରୀ ।।


ପକୃତି କରୁଛି ତାଣ୍ଡବ ମର୍ତ୍ତ୍ୟରେ

ଭୟେ ଜନ ଆଜି ଲୁଚନ୍ତି ନିଜ ପୁରେ।

ଗଛ କାଟି ଥିବା ମଣିଷ ଆଜି ବୁଝି ପାରିଛି

ଧନ ବଦଳେ ବଞ୍ଚିବା ପାଇଁ ଦରକାର ଅମ୍ଳଜାନ ଜରୁରୀ ।।


କଳିର ଗ୍ରାସରେ ମୋହରେ ପଡି

ମଣିଷ ଭକ୍ତି କୁ ଗଲାଣି ଭୂଲି ।।

ତୁଣ୍ଡେ ନାହିଁ ଆଉ ଭକ୍ତିର ଭାଵ

ଆଧୁନିକ ସଙ୍ଗୀତ ରେ କରେ ତାଣ୍ଡବ ।


ଖାଦ୍ୟ କରି ଆଜି ଅପମିଶ୍ରଣ

ବଇରୀ ସାଜିଛି ପେଟ ରୋଗର କାରଣ

ଆହୁରି ଆସିବେ ରୋଗ ପୃଥିବୀ ବକ୍ଷେ

ବେଳ ହୁଁ ସାବଧାନ ହେଲେ ରକ୍ଷା ପାଇବ ତୋ ପ୍ରାଣ ।।

ଗରିବ ପେଟକୁ ପଡୁଛି ଲାତ

ରାଜ ନେତାଙ୍କ ର ନାହିଁ ତଦାରଖ

ଶସ୍ୟ ଦ୍ରବ୍ୟ ସବୁ ଆକାଶ ଛୁଆଁ

ଗରିବ ଚୁଲିରେ ଜଳି ପାରୁନି ନିଆଁ ।।


ପେଟ ଭୋକ ପାଇଁ ଦିନେ ବଢିବ ହିଂସା

ଧନୀ ହରେଇବ ନିଜର ଛାୟା

ଯେତେ ଟଙ୍କା ଥିଲେ ଜମା ପାଣ୍ଠି ରେ

ସବୁ ଚାଲିଯିବ ରୋଗ ବ୍ୟାଧି ରେ ।।


କଳା ଧନ ଯିଏ ରଖିଥିବ ଗୁପତେ

ନିଶ୍ଚୟ ଜାଣିବ ବିନାଶ ତାର ହେବ ସମୂଳେ

ଧାନ ,ଧର୍ମ ଯିଏ କରିବ ମହାମାରୀ ସମୟେ

ନିସ୍ତାର ପାଇବ ସିଏ ହିଁ ପ୍ରଭୁଙ୍କ କୃପାରେ ।।


ମାଳିକା ବଚନ କହୁଚି ହେବ ସୃଷ୍ଟି ର ବିନାଶ

କହେ ଅରକ୍ଷିତ , ଏବେଠୁ ଜପ ପ୍ରଭୁ ନାମ ଦିବାନିଶ

କଳକୀ ଆସୁଛି , ଆଉ ଦିନ ଘଡ଼ିଏ ମାତ୍ର

ସଂସାର ମୋହରୁ ବାହାରି ପ୍ରଭୁ ନାମ ଜପେ ଏକତ୍ର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational