କିଛି କହିବାକୁ ବାକି ଅଛି
କିଛି କହିବାକୁ ବାକି ଅଛି
ଏଇ ତୁମେ ଶୁଣିବ ନା"
କିଛି କହିବାକୁ ତୁମକୁ,ଚାହେଁ
ହଁ, କୁହ ! କଣ କହିବ ?
ମୁଁ ଭୁଲ ନା' ତୁମେ ଠିକ
ମୁଁ ଠିକ ନା , ତୁମେ ଭୁଲ
ଏ ଅଙ୍କ କଷିବାକୁ ଚାହେଁ ନାହିଁ
ଏ ମାନସାଙ୍କର ଭାଗଶେଷ ବି ଲୋଡ଼ା ନାହିଁ
ଏ ଚରିତ୍ରର ଅଭିନୟକୁ ପରଖି ବି ନାହିଁ
କି ତୁମ ପ୍ରତାରଣାର ଦୋଷ ଲଦି ଦେବି ନାହିଁ
ଖାଲି ଥରେ କହି ଦିଅ ,
କେତେ ଜୀବନ୍ତ ଥିଲା କାହାର ଅଭିନୟ ?
ଏ କି ପ୍ରକାର ପ୍ରଶ୍ନ ?
କଣ ହାରିଥିବା ପ୍ରେମିକ ହୃଦୟର ଆର୍ତ୍ତନାଦ
ନା ଗର୍ବ ଭାଙ୍ଗି ଚୁର୍ ମାର ହୋଇଯାଇଥିବା
ପ୍ରେମୀର ଆଉ ଏକ ଭିନ୍ନ ପ୍ରତିବାଦ !!!
ଏ ପ୍ରଶ୍ନ ଗୋଟେ ପଥର ହୃଦୟର
ପାଷାଣର ରୂପ ଧରିବା ଆଗରୁ
ନିଜ ଅସ୍ତିତ୍ୱକୁ ଚାହେଁ ବୁଝିବାକୁ
କୁହ , ତେବେ କଣ ଥିଲା ସତ
ଆମର ସେ ସ୍ମୃତି ଭିଜା ଅତୀତ
ନା ତୁମର ବିଦାୟ ବେଳାର
ପ୍ରେମୀକୁ ହତ୍ୟା କରୁଥିବା ତୁମ ପ୍ରତାରଣାର ଅସ୍ତ୍ର ?
ଏ ଫୁଣି କି ପ୍ରଶ୍ନ ?
ତୁମେ ହିଁ ତ କହୁଅଛ ,
ଭୂଲ ଠିକର କରିବ ନାହିଁ ନିର୍ଯାସ
ତେବେ ଫୁଣି କଣ ଆଙ୍ଗୁଳି ଦେଖାଇ
ପଚାରୁଛ କି ନାହିଁ ନିର୍ଦୋଷ ??
ନା' ଏ ପ୍ରଶ୍ନ ସେମିତି ନ ଥିଲା
ଯାହା ତୁମେ ବୁଝିଛ
ଠିକ ସେମିତି ଥିଲା ,
ଯାହା ତୁମେ କହିବା ବେଳେ
କୋହ ତୁମର ଭିତରେ ଚାପି ଦେଉ ଥିଲା ।
ଜାଣିଛି , ପଚାରିବାର ଅଧିକାର ହରେଇ ସାରିଛି
କୋହ ଆଉ ଲୁହରେ ବଞ୍ଚିବାର ମୁହୂର୍ତ୍ତ ତୁମଠୁ ପାଇଛି
ଆଉ କଣ ଭଲ ଉପହାର କୁହ ତୁମେ ଦେଇଥାନ୍ତ
ପ୍ରାଣ ଘେନି ସାଥିରେ ତୁମେ ଯାଉ ଅଛ
ଦେହ ରଖି ଜୀବନରେ ଜାଣେନି ,
କେମିତି ବଞ୍ଚିବାକୁ ହେବ ??
ତେବେ ,ଏ ଫୁଣି କଣ ଥିଲା ?
ତୁମ ଭବିଷ୍ୟତର ଶୁଭ କାମନା
ମୋ ସ୍ୱପ୍ନରର ସବୁ ଧ୍ୱଂସ କଳ୍ପନା
ସୁଖରେ ରୁହ ତୁମେ ,ତୁମ ଦୁନିଆଁରେ
ମତେ ଛାଡି ଦିଅ ମୋରି ଅଶ୍ରୁରେ
ଧନ୍ୟବାଦ ପ୍ରିୟେ, ମତେ କରି ଦେଲ ଅନ୍ୟମନସ୍କ
ତୁମ ସିନ୍ଥିରେ ଶୋଭା ପାଉ ତୁମ ଆତ୍ମୀୟ ଲୋକ ।।
ମୁଁ ତ ପ୍ରେମୀ , ଜାଣିଛି ଲୁହ ମୋର ପ୍ରାପ୍ୟ
ତୁମ ଜୀବନର କେତେ ମୁହୂର୍ତ୍ତ ଦେଇଥିବା ପାଇଁ ,
ଉଜ୍ଜ୍ୱଳ ହେଉ ତୁମ ଭବିଷ୍ୟ ।।