STORYMIRROR

Nityananda Sahu

Drama Thriller Others

3  

Nityananda Sahu

Drama Thriller Others

ଲୁହ ଭିଜା ସ୍ମୃତି

ଲୁହ ଭିଜା ସ୍ମୃତି

1 min
223



ତୁମେ:-

  ମୋ ଭିତରେ ଥିବା ଅସଂଖ୍ୟ ଭାବନା

  ମୋ ଜୀବନର ସଙ୍ଗୀତ ମୂର୍ଚ୍ଛନା

  ମୋ ସ୍ୱପ୍ନ ଭିଜା ରାତିର ଚାନ୍ଦିନୀର ଜୋଛନା

  ମୋ ବଗିଚାର ଗଙ୍ଗଶିଉଳିର ବାସ୍ନା

  ମୋ ମଧୁ ସେଜର ରଜନୀ ଗନ୍ଧା

  ମୋ ପ୍ରୀତି କାବ୍ୟର ସୁନାୟନା

  ମୋ ମନର ମଲ୍ଳାର ବିଷାଦ ବେଦନା

  ମୋ ଆଖିର ତୁମେ ଦୀର୍ଘ ପରିସୀମା

   ମୋ ବାଟର ତୁମେ ଅସୀମ ଯନ୍ତ୍ରଣା

   ମୋ ପ୍ରେମର ତୁମେ ଶେଷ ସାଥି ପ୍ରିୟତମା ।।


ମୁଁ :-


    ପଥ ହରା ଏକ ଯାଯାବର

    ବାଦଲ ଟିଏ ମୁଁ ସୁନୀଳ ଅମ୍ବୁର

   ତୃଷାର୍ତ୍ତ ଟିଏ ମୁଁ ପ୍ରେମ ମରୁଭୂମିର

    ଅଚିହ୍ନା ଯୁବକ ଅଟେ ତୁମ ଚଲାବାଟର

    ଉପେକ୍ଷିତ ହୋଇଥିବା କଳଙ୍କ ଦୁନିଆଁର

    ପତଙ୍ଗ ଟିଏ ମୁଁ , ତୁମ ପ୍ରେମ ଅଗ୍ନିର

    ବେସୁରା ସଙ୍ଗୀତ ମୁଁ , ତୁମ ଜୀବନର

    ଇଛା ମୃତ୍ୟୁ ଖୋଜୁଥିବା ପାଗଳ ଭଅଁର

    ସାଥି ବିନା ବଞ୍ଚୁଥିବା ପରାହତ କାହାଣୀର

    ନାୟକ ନୁହେଁ ମୁଁ , ତୁମରି ପ୍ରେମର ।।


ତୁମେ ଆଉ ମୁଁ :-

     

        ଗୋଟିଏ ବୃତ୍ତ ର ଆମେ ଭିନ୍ନ ଦୁଇ ବିନ୍ଦୁ

        ଗୋଟିଏ ଆକାଶର ନୁହେଁ ଆମେ ଦୁଇଇନ୍ଦୁ

       ଗୋଟିଏ ଦେହରେ ଆମେ ଭିନ୍ନ ଦୁଇ ହୃଦୟ

     ସମୟ ସାଥିରେ ତୁମ ଠାରୁ ହୋଇଛି ମୁଁ

ପରାଜୟ ।।



ପ୍ରେମ ଆଉ ପ୍ରତାରଣା :-


         ଶ୍ରାବଣ ର ଶ୍ରାବଣୀ ଆଜି ଲୁହରେ ଭିଜେଇ

         କୂଳ ଭୂଲି ଯାଇଥିବା ତୁମେ ସ୍ରୋତସ୍ଵନୀ

          ପ୍ରେମ କ୍ଷୁଦା ଆଜି ଦିଏ ଗଭୀର ଯନ୍ତ୍ରଣା

          ଦିଏ ବେଶି ଦୁଃଖ ଧୋକା ର ବେଦନା

           ପ୍ରେମରେ ସିନ୍ଦୂର ନ ଥାଏ ସଭିଙ୍କ ଭାଗ୍ୟରେ

           କିଛି ଲୁହ ଝରୁଥାଏ ଏକାନ୍ତ ପଣରେ

            ତୁମେ ଯେବେ ମନ ପଡେ , ଶ୍ରାବଣ ରାତିରେ ।।

           


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama