ପାପୀର ପାପ
ପାପୀର ପାପ
ସମୟ କୋଳରେ ନିରବୀ ଯାଏ ମୁଁ
ନାହିଁ ଆଉ ଲୋଭ ମୋହ
ସମ୍ପର୍କ ର ମୋହ ତୁଟାଇ ଦେଇଛି
ଛାତିରେ ଭରି ମୁଁ କୋହ ।
ଆଖିର ଲୁହରେ ଧୋଇ ପାରେ ନାହିଁ
ଜୀବନରେ କରିଥିବା ଯେତେ ପାପ
ଗୁରୁ ଜନ ପାଶେ ମଥା ନ ନୁଆଇଁ
ଭୁଲିଛି ମୁଁ ଜପ ତପ ।
ସଂସ୍କାର , ପରମ୍ପରା ଆଉ ନୀତି ଧର୍ମ
ସବୁ ମୁଁ ଯାଇଛି ଭୁଲି
ଆଧୁନିକତା ର ପରିଚୟ ଦେଇ
ନିଜେ ଆଜି ଦୋଷୀ ମୁଁ ହେଲି ।
ଗୁରୁ ବାଣୀ ବିନା କର୍ଣ୍ଣ ହୁଏନି ପବିତ୍ର
ବାପା ମାଆ ଆଶୀର୍ବାଦ ବିନା ଜୀବନ ହୁଏ ନାହିଁ ସାର୍ଥକ ।
ପରିବାରେ ଆଜି ଅରାଜକ ମୁଁ ଖେଳେଇ
କାହିଁକି କରୁଛି ମୁଁ , ମୋ ସର୍ଵନାଶ ।
ପ୍ରେମ , ପ୍ରତାରଣା , ବିଶ୍ୱାସ ଆଉ ଅବିଶ୍ୱାସର
ଖେଳ ମୁଁ ଖେଳୁଛି ନୀତି
ମିଛ କହି ମତେ ଯଦି ସ୍ୱର୍ଗ ମିଳି ବନି
ତେବେ ସତ ମୁଁ କାହିଁକି କହି ନ ପାରୁଛି ।
କିଏ ମୁଁ ,ଆଉ କଣ ମୋର ପରିଚୟ
ସବୁ କିଛି ଯାଇଛି ଭୁଲି
ଅର୍ଥ ବଳେ ଆଜି ବଳିୟାନ ହୋଇ
ଭୁଲିଛି ମୁଁ ରାବଣ ର ଲଙ୍କା ଯାଇଥିଲା ଧ୍ୱଂସ ହୋଇ ।
ସାହାଯ୍ୟ ଆଳରେ ପେଟ ମୁଁ କାଟୁଛି
ଅପମିଶ୍ରଣ କରି ଜହର ଦେଉଛି
କେଡେ ମୁଁ ଅଟେ ଅଧର୍ମୀ
ଆସ୍ଥା ନାଁ ରେ ମୁଁ ଶୋଷଣ କରୁଛି
ଧର୍ମ ନାମେ ମୁଁ ହିଂସା ଘଟାଉଛି
ମୁଁ ବଡ଼ ଜଘନ୍ୟ ପାପୀ ।