STORYMIRROR

Nityananda Sahu

Classics Others

3  

Nityananda Sahu

Classics Others

ପ୍ରେମ ଭକ୍ତି ଅର୍ଘ୍ୟ

ପ୍ରେମ ଭକ୍ତି ଅର୍ଘ୍ୟ

1 min
246


କାହିଁ ଅଛ ଆହେ ପୁରୁଷୋତ୍ତମ

ଘେନ ମୋର ନିବେଦନ

ପ୍ରୀତି ରାଙ୍କୁଣୀ ମୁଁ , ଝୁରେ ବିରହେ

ଶୁଣ ହାଏ ନନ୍ଦ ନନ୍ଦନ

ତୁମେ ଗଲା ଦିନୁ , ଶ୍ରୀହନ ଏ ଗୋପ

ପ୍ରେମ ଭୂଲି ସବୁ ଗୋପୀ କରନ୍ତି ଯେ ଜପ

ଆହେ ମୂରଲୀ ଧର , ଦିଅ ତୁମ ଦର୍ଶନ

ଅସ୍ତିର ଏ ହୃଦୟରେ ଲାଗିଲେ ତୁମ ଚନ୍ଦନ

ମଧୁ କୁଞ୍ଜରେ ସୁଭାଷିତରେ ଭାସେ ମଳୟ ପବନ

କାହିଁ ଅଛ ଆହେ ପୁରୁଷୋତ୍ତମ

ଘେନ ମୋର ନିବେଦନ ।।


ଶୁଣି ତୁମ ବଂଶୀର ଧ୍ୱନି , ପାଦ ମୋ ଭୂଲିଲା ପଥ

ଗୁପତେ ପ୍ରେମର ରସ , ପାନ କରେଇଲ ନଟ

ଆଜି ଭାଳେ ତନୁ ମନେ ଭାବି ତୁମରି କଥା

କି ସୁଖ ପାଇଲ ନଟ , ଘାଟେ ଶୁଣେ ମୁଁ ନିନ୍ଦା

କେଉଁ ମୁହଁ ନେଇ କୁହ ଆଉ ବଞ୍ଚିବି ଜୀବନ

କୁହ ଆହେ ନିରଞ୍ଜନ ,

ପ୍ରୀତି ରଙ୍କୁଣୀ ମୁଁ ଝୁରେ ବିରହେ

ଶୁଣ ହେ କୃଷ୍ଣ , ହେ ମଧୁସୂଦନ ।।


ତଵ ପ୍ରେମ ଫଗୁ ରଙ୍ଗେ ଯୌବନ ଭିଜିଲା

ତବ ପ୍ରେମେ ରଜନୀରେ ରାତି ମୋର ପାହିଲା।

ଦେଖି ସକଳ ଗୋପୀ , କରନ୍ତି ଭାଳେଣି

କେଉଁ ରସ ପିଆଇଲା ସେଇ ରାଧିକା ରାଣୀ

ଲବଣୀ ପ୍ରେମକୁ ଭୂଲି କାହ୍ନା ବାଇ ହେଲେଣି

କଦମ୍ବ ଗଛ ଉଢାଳେ ଚୁପି ଆଖି ବୁଲାନ୍ତି

ଓଠ ପିଏ ଲୁହ ସିନା , ଆଖି କୁହେନି

ତୁମ ବିନା ରାଧା ରହି ପାରେନି

ଆସିବ ସହଳ ଛାଡି ତବ ସିଂହାସନ

ତୁମକୁ ଝୁରି ଶୁଖି ଗଲେଣି ମୁଁ ପ୍ରାଣଧନ

ଦେଖିବାକୁ ଆଖି ଝୁରେ ତୁମ ଶ୍ରୀ ବଦନ

ଶୁଣ ହେ କୃଷ୍ଣ, ହେ ମଧୁସୂଦନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics