ପ୍ରେମ ଭକ୍ତି ଅର୍ଘ୍ୟ
ପ୍ରେମ ଭକ୍ତି ଅର୍ଘ୍ୟ
କାହିଁ ଅଛ ଆହେ ପୁରୁଷୋତ୍ତମ
ଘେନ ମୋର ନିବେଦନ
ପ୍ରୀତି ରାଙ୍କୁଣୀ ମୁଁ , ଝୁରେ ବିରହେ
ଶୁଣ ହାଏ ନନ୍ଦ ନନ୍ଦନ
ତୁମେ ଗଲା ଦିନୁ , ଶ୍ରୀହନ ଏ ଗୋପ
ପ୍ରେମ ଭୂଲି ସବୁ ଗୋପୀ କରନ୍ତି ଯେ ଜପ
ଆହେ ମୂରଲୀ ଧର , ଦିଅ ତୁମ ଦର୍ଶନ
ଅସ୍ତିର ଏ ହୃଦୟରେ ଲାଗିଲେ ତୁମ ଚନ୍ଦନ
ମଧୁ କୁଞ୍ଜରେ ସୁଭାଷିତରେ ଭାସେ ମଳୟ ପବନ
କାହିଁ ଅଛ ଆହେ ପୁରୁଷୋତ୍ତମ
ଘେନ ମୋର ନିବେଦନ ।।
ଶୁଣି ତୁମ ବଂଶୀର ଧ୍ୱନି , ପାଦ ମୋ ଭୂଲିଲା ପଥ
ଗୁପତେ ପ୍ରେମର ରସ , ପାନ କରେଇଲ ନଟ
ଆଜି ଭାଳେ ତନୁ ମନେ ଭାବି ତୁମରି କଥା
କି ସୁଖ ପାଇଲ ନଟ , ଘାଟେ ଶୁଣେ ମୁଁ ନିନ୍ଦା
କେଉଁ ମୁହଁ ନେଇ କୁହ ଆଉ ବଞ୍ଚିବି ଜୀବନ
କୁହ ଆହେ ନିରଞ୍ଜନ ,
ପ୍ରୀତି ରଙ୍କୁଣୀ ମୁଁ ଝୁରେ ବିରହେ
ଶୁଣ ହେ କୃଷ୍ଣ , ହେ ମଧୁସୂଦନ ।।
ତଵ ପ୍ରେମ ଫଗୁ ରଙ୍ଗେ ଯୌବନ ଭିଜିଲା
ତବ ପ୍ରେମେ ରଜନୀରେ ରାତି ମୋର ପାହିଲା।
ଦେଖି ସକଳ ଗୋପୀ , କରନ୍ତି ଭାଳେଣି
କେଉଁ ରସ ପିଆଇଲା ସେଇ ରାଧିକା ରାଣୀ
ଲବଣୀ ପ୍ରେମକୁ ଭୂଲି କାହ୍ନା ବାଇ ହେଲେଣି
କଦମ୍ବ ଗଛ ଉଢାଳେ ଚୁପି ଆଖି ବୁଲାନ୍ତି
ଓଠ ପିଏ ଲୁହ ସିନା , ଆଖି କୁହେନି
ତୁମ ବିନା ରାଧା ରହି ପାରେନି
ଆସିବ ସହଳ ଛାଡି ତବ ସିଂହାସନ
ତୁମକୁ ଝୁରି ଶୁଖି ଗଲେଣି ମୁଁ ପ୍ରାଣଧନ
ଦେଖିବାକୁ ଆଖି ଝୁରେ ତୁମ ଶ୍ରୀ ବଦନ
ଶୁଣ ହେ କୃଷ୍ଣ, ହେ ମଧୁସୂଦନ ।।