STORYMIRROR

Nityananda Sahu

Inspirational

4  

Nityananda Sahu

Inspirational

ରେ ବାଇଆ ମନ

ରେ ବାଇଆ ମନ

2 mins
245


ଆଖି ପାଇଁ କେବେ ସ୍ୱପ୍ନ ସରେ ନାହିଁ

ହୃଦୟ ପାଇଁ କି ପ୍ରେମ ।।

ଜୀବନ ପାଇଁ କି ମୃତ୍ୟୁ ଶେଷ ଅଟେ

ଦେହ ପାଇଁ କି ଲୋଡ଼ା କାମ ?


ଫୁଲ ପାଇଁ ଲୋଡ଼ା ଭଅଁର ଚୁମ୍ବନ

କଇଁ ପାଇଁ ଲୋଡ଼ା ଜହ୍ନ ।

ପୀରତି ଜରରେ ଯେତେ ଭିଜିଲେ ବି

ଶେଷ ମିଳେ ତୁଛା ବଦନାମ ।।


ରାତି ଅପେକ୍ଷାରେ ଗଙ୍ଗଶିଉଳି

ଚାହିଁ ରହିଥାଏ ଚାତକ ପରି

ସେ କାହୁଁ ଜାଣିବ ଆୟୁଷ ତାହାରି

ରାତି ପାହିଗଲେ ଯାଏ ସରି ।।


ସଂସାର ଭିତରେ ବିଶ୍ୱାସ ଜିତିଲେ

ନ ଥାଏ ଦୁଃଖ ର ଆଗମନ।।

ଭରଷାରେ ଯଦି ଆତ୍ମୀୟ ଦିଏ ବିଷ

ତେବେ ସେଠି ରକ୍ତ ସଂପର୍କର କି ପ୍ରୟୋଜନ ?


ଅନ୍ଧ ପାଇଁ ଲୋଡ଼ା ଠେଙ୍ଗା ଚାଖଣ୍ଡକ

ଗରିବ ପାଇଁ ମୁଠେ ଭାତ ।।

ସ୍ୱପ୍ନ ଦେଖି ପାଣି ପିଇ ବଞ୍ଚୁଥିବା ମଣିଷକୁ ପଚାର

ସେ କହିବନି କେବେ ତା ଦୁଃଖ ।।


ଦିନ ରାତି ଖଟି ପେଟ ଚାଖଣ୍ଡକ ପାଇଁ

ଚାଷ ପୁଅ କରେ କଠିନ ପରିଶ୍ରମ

ସେଇ ମଣିଷକୁ ପଚାରନା କେବେ

ପାଇବ କି ନାହିଁ ଝାଳ ବୁହା ତାର ଧନ !!


ଢୋକେ ତୋରାଣୀରେ ମାଆ ପେଟ ପୁରେ

ହେଲେ ଭିକ ମାଗେ ଛୁଆ ପାଇଁ

କେବେ ଦିନ ସିଏ ଅଭିମାନ କରି ଭାବି ନ ଥିବ

ଏ ମୋହ ମୋର ଦରକାର ନାହିଁ ।।


ଅସ୍ତ ହେଇ ରବି ଫେରିବେ କାଲିକି

ଜାଣିଛନ୍ତି ସକଳ ଚର

ସେଥିପାଇଁ ନୀତି ରାତି ଅନ୍ଧକାରେ

ସମସ୍ତେ ସ୍ୱପ୍ନରେ ଥାଆନ୍ତି ବିଭୋର ।।


ବାଟୋଇଟେ ଜାଣେ ତୃଷ୍ନାର କରାଳ

ମୁଣ୍ଡ ଉପରେ ଯାହାର ନ ଥାଏ ଛାତ

ଘରେ ଥିବା ତାର ରୁଗ୍ଣ ପିତାମାତା

ଜାଣେ, ଚାହିଁ ରହିଥିବେ ତା ହାତରୁ ମୁଠେ ଭାତ ।।


କିଏ ଏଠି କୁହ ଆପଣାର ସତେ

ସଭିଏଁ ଲେଉଟିବେ ସାରି ଖେଳ

ମୋହ ମାୟା ପ୍ରେମ ସବୁ ଅଢେ଼ଇ ଦିନ

ସବୁ କିଛି ଭୂଲି ନିଜେ କରି ଯା ତୁ ନିଜ କର୍ମ ।।

ରେ ବାଇଆ ମନ ,

ମିଛେ କର ନାହିଁ ତୁ ମାନ ଆଉ ଅଭିମାନ ।।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational