STORYMIRROR

Nityananda Sahu

Romance Tragedy Others

4  

Nityananda Sahu

Romance Tragedy Others

କେତେ ଭଲପାଏ

କେତେ ଭଲପାଏ

2 mins
253


ଛାତିର ସ୍ପନ୍ଦନ ଚିଇଁକି ଉଠିଲା

ତୁମରି ପୀରତିର ସ୍ପର୍ଶ ପାଇ

ମଳୟ ପବନେ ମନ ଝୁମି ଗଲା

ତୁମେ ଫେରୁଛ ଖବର ପାଇ ।। 


ହୃଦୟ ବକ୍ଷରେ ପ୍ରେମ ସ୍ମଶାନ ରେ

ଫୁଟିଲା ହେନା କେତକୀ 

ଆପେ ଯାଇ ହାତ ଡେଇଁ ବଗିଚାର ବାଡ଼

ତୋଳି ଆଣିଲା ଗୋଲାପ କଢି ।। 


ଆଖିର ପଲକ ଲମ୍ବିଗଲା ପୁଣି ଦୂର ଦିଗବଳୟ ଡେଇଁ

ଛାତିର କୋହରେ ଜମାଟ ବାନ୍ଧୁଥିଲା ,ମୁନ୍ଦା ମୁନ୍ଦା ବର୍ଷାରାଣୀ

କେତେ ଯେ ଦିନର ତତଲା କୋହ ମୋ ଆଜି ଯାଉଛି ତରଳି

ସତରେ କେମିତି ଏତେ କଷ୍ଟ ଦେଇ ଦୂରେ ରହି ପାରିଲୁ ତୁ ପାଗେଳି ।। 


ତୁମରି ପଣତ ଉଡି ଆସୁଥିଲା ପବନର ବେଗ ସାଥେ

ମୋ ଗାଲ ଆଉଁସି ସାନ୍ତ୍ୱନା ଦେଇକି ଲୁହ ପୋଛୁଥିଲା ସତେ

ସ୍ନେହ ରେ କହିଲା ,କାହିଁକି ପାଗଳ ଏମିତି ରଖିଛ ବେଶ

କାମଦେବ ରୂପ ମୋ କୁମାରର, ଆଜି ଏ ରୂପ ଦେଖିଲେ ଲାଗୁଚି ହସ ।। 


ମୁଣ୍ଡରେ ତୁମର ଝୋଟ ରୂପୀ ଲମ୍ଭା ବାଳ

ମୁହଁରେ ମୁହେଁ ତୁମର ଧାଡି 

ଦେହରେ ପିନ୍ଧିଛ ଫଟା ଚିରା ବସ୍ତ୍ର

କଳା ରଙ୍ଗ ତୁମ ଦେହରେ ଦେଖିଲେ ,

ଲାଗୁଚି ଯେମିତି ପଙ୍କରେ ଆସିଛ ଗଡି ।। 


ଏମିତି ପାଗଳ ପ୍ରେମରେ କେବେ ବି ଆଜି ଯାଏଁ ଦେଖି ନ ଥିଲି

ସତରେ ଏତେ ତୁମେ ଭଲ ପାଅ ବୋଲି ଆଜି ମୁଁ ଯେ ଜାଣିଗଲି ।।

ମୋ ବିରହ ଦୁଃଖ ଏତେ କଷ୍ଟ ଦେବେ ଯଦି ପାରିଥାନ୍ତି ଜାଣି

ଆରମ୍ଭ ଆଗରୁ ଫୁଲ ଷ୍ଟପଦେଇ ଅନ୍ତ କରିଥାନ୍ତି ଆମ ପ୍ରେମ କାହାଣୀ ।। 


ପ୍ରେମର ଜୀଇଁବା......ପ୍ରିୟା ,ନୁହେଁ ଏତେ ସରଳ

ପ୍ରେମିକା ଟେ ହେଲେ, ବଞ୍ଚିବା ପାଇଁକି ,ସାଜିବା କୁ ହୁଏ ଦିନେ ପାଗଳ।।

ତୁମେ ବିରହର ଯନ୍ତ୍ରଣାକୁ ଛାତି ମୋର ସହି ପାରିଲାନି

କି ଦିନ କି ରାତି ନିଇତି ସେ କଷ୍ଟ ସହିଛି, ଆଜି କହି ପାରିବିନି ।। 


ଆଜି ତୁମେ ଫେରିଛ !! , ବାସ ଏତିକି ମୋ ପାଇଁ ଯଥେଷ୍ଟ

ତୁମକୁ ହୃଦୟେ ସାଇତି, ପୁଣି ଭୁଲି ଯିବି ଅତୀତର ସବୁ କଷ୍ଟ ।।

ଆଞ୍ଜୁଳା ରେ ତୁମ ଭରି ଦେବି ପ୍ରିୟା , ଦୁନିଆଁ ର ସବୁ ଖୁସି 

ଦିନେ ବଞ୍ଚୁଥିଲି ଭିକ୍ଷା କରି ପ୍ରିୟା ଜୀବନ ପାଇଁକି 

ଆଜି ଆଉ ଥରେ ତୁମ ପ୍ରେମ ଭିକ୍ଷା ମୁଁ ଇଛିବି ।।। 


ଏ ଶେଷ ପ୍ରାପ୍ୟ ମୋ ଦେଇ ଦିଅ ପ୍ରିୟା ,

ମେଣ୍ଟି ଯିବ ସବୁ କ୍ଳାନ୍ତ

ଅତୀତରେ ରଖି ଆଉ ଦିଅନି ଯନ୍ତ୍ରଣା, ଜାଣି ପାରିବିନି 

ସ୍ମୃତି ତୁମ ପରୋକ୍ଷରେ କେତେ ଯେ ଦିଏ ଆଘାତ ।। 


ପଶ୍ଚିମ ଆକାଶେ ରବି ଲୁଚୁଥିଲେ ସଧବା ପର୍ବତ ଶିଖିର ଚୁଳେ

ସୁନୀଳ ଅମ୍ବୁରେ ଘେନ ଲୋହିତ ପ୍ରକାଶ ଦିଶୁଥିଲା ପ୍ରିୟା ପଣତ ରୂପେ

ଅଵଶୋଷ ସବୁ ହୃଦୟ ବକ୍ଷରେ ଖେଳୁଥିଲେ ଲୁଚ କାଳି

ଆଖି ବୁଝି ହୋଇ ଆସୁଥିଲା , ପ୍ରିୟାର ଶେଷ ଫେରନ୍ତା ଦର୍ଶନକୁ ଝୁରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance