ଶୀତୁଆ ମାସ
ଶୀତୁଆ ମାସ
ଶୀତ ଆସେ ଘନେଇ
ତନୁ ମନ ଥରେଇ
ଆମ ଦେହେ ପଶମ
ପୋଷାକ ଢଙ୍କେଇ l
ନିଆଁ ପୁଇଁବାକୁ କାଠ
ଜାଳି ଘର ସାମ୍ନାରେ
ଗାଁ ରାସ୍ତାରେ ସନ୍ଧ୍ୟା ଓ
ରାତିରେ ଜମେଇ l
ବୁଢ଼ା ବୁଢ଼ୀଙ୍କ ଶୁଖିଲା
ମୁହଁରେ ଆଉ ପାନଖିଆ
ନାଲି ଓଠରେ ମୁରୁକି
ହସକୁ ଦିଏ ଖେଳେଇ l
ଆକାଶରେ ବଂକୁଲି ଜହ୍ନ
ରୂପେଲି ତାରାର ଚମକ
କୁହୁଡ଼ିଆ ଗାଁ ମାଟି, ତୋଟା
ଅଗଣାରେ ଦିଏ ପକେଇ l
ଆଇଁଷ ମାଣ୍ଡିଆ ଖୁଆଇ
ହାଣ୍ଡିଆ ମହୁଲି ପିଆଇ
ଜନଜାତି ଝିଅ ଗଭାରେ
ଫୁଲପତ୍ର ଖୋସି ଦିଏ
ତାଙ୍କୁ ନଚେଇ l
ରବି ଫସଲର ଅମଳ
ଭରି ଦିଏ ଖୁସି ଚାଷୀ
ମନେ ଅକଳନ ନଥାଏ
ମନ ମାଳିନ୍ୟ ଶୀତ ତାଙ୍କୁ
ଦିଏ ଭୁଲେଇ l
ସହରୀ ବାବୁ ଭୟାଗଣ
ଢ଼ାବାରେ ବସି କରନ୍ତି
ସେବନ ନାନ୍ ଚିକିନ୍
ଆଉ ବିରିୟାନୀ
ଚୋବେଇ ଚୋବେଇ l
ଢଳି ଢଳି ଚାଲନ୍ତି ମଦୁଆ
ରାଜପଥେ ସହର ଗଳି
କନ୍ଦେ ମତୁଆଲା ହେଇ
ଛାତି ଫୁଲେଇ ଫୁଲେଇ l
ମୁଣ୍ଡପୋତା କେଳା ଗାଁ
ଛକେ ପୋତି ମୁଣ୍ଡ ଗାତେ
ଉପରକୁ ଟେକି ଗୋଡ଼
ଦେଖାନ୍ତି ଖେଳ ଆମ୍ବଟାକୁଆ
ଲଗା ନାକକୁ ନଚେଇ
ନଚେଇ l
ସହର ଗାଁ ଛାଇ ଛକରେ
ସାପୁଆ କେଳା ଖୋଲିଦିଏ
ପେଟି ଆସନ୍ତି ବାହାରି
ବିଷାକ୍ତ ସାପଦଳ ଫଣା
ଟେକି ଫୁତ୍କାର ଛାଡ଼ି ମୁଣ୍ଡକୁ
ଦୋହଲେଇ l
ପାତି ମାଙ୍କଡ଼ ନାଚ ବଡ଼
ମଜାଳିଆ ଗାଁଲୋକଙ୍କ ମନ
ଭୁଲାଣିଆ ମାଙ୍କେଡ଼ିଆ
କେଳାର ବାଡ଼ି ହଲା ଢଙ୍ଗ
ଡମ୍ବରୁ ଡମ ଡମ ତାଳ
ଦିଏ ସଭିଙ୍କୁ ମଜାଇ l
କୁହୁଡ଼ି ଘେରା ବଣ ପାହାଡ଼ର
ଶୋଭା ଅତି ମନ ଟଣା
ବାଟେଇ ବଣ ଭୋଜି ଦଳଙ୍କ
ରନ୍ଧା ଖାଦ୍ୟ ପରସା ଶୀତର
ଆସରେ ଦିଏ ମନ ମତେଇ l
ଶୀତ ଆମ କରଇ ହିତ ଆଉ
ଦେଇ ଆମକୁ ପନି ପରିବା
ଗେଣ୍ଡୁ ଜୁଇ ଜାଇ ହେନାର
ମହକେ କରି ମୁଗୁଧ ସଭିଙ୍କୁ
ଶକ୍ତି ସାମର୍ଥ୍ୟ ଦିଏ ଯୋଗାଇ l
ଧନ୍ୟ ଶୀତ ତୁମ ମହିମା
ଅନେକ ବଖାଣିଵାକୁ ସମୟ
ନୁହେଁ ଅସୀମିତ ଜମା ଚାରି
ମାସ ନୁହେଁ ଅପର୍ଯ୍ୟାପ୍ତ ଆମ
ପାଇଁ ଚାହିଁ ବସିବୁ ତୁମବାଟକୁ
ଆସନ୍ତା ବରଷକୁ ଆମେ
ଆଖି ଦୁଇଟିକୁ ମେଲେଇ l
ଋତୁଚର୍ଯ୍ୟାର ତୁମେ ହେ
ପ୍ରତୀକ ଶୀତ ବିଦାୟ ଦବାକୁ
ତୁମକୁ ନଚାହଁଇ ଆମ ଚିତ୍ତ
ମାତର ଏତିକି କହୁଛୁ ତୁମକୁ
ନକର କେବେ ତୁମ ଆଗମନ
ଉଣା ରହୁଛୁ ଆମେ ବଡ଼
ଠାକୁରଙ୍କୁ ଜଣାଇ l

