ଟଙ୍କା ବିଡ଼ା
ଟଙ୍କା ବିଡ଼ା
ଟ ଙ୍କା ଵି ଡ଼ା
❤❤❤❤❤❤❤
ଟଙ୍କା ଟଙ୍କା ଟଙ୍କା,ଚାରିଆଡ଼େ ଦେଖ ତାର ଜୟଗାନ,ମୁହଁ କରିଦିଏ ସେ ବଙ୍କା,
କରି ପକାଏ ପୁଣ୍ୟାତ୍ମା ବିଶ୍ୱବାସୀଙ୍କ
ବିବେକ ପାଗଳ ନୃସାରସ ସଦୃଶ ଅର୍ଥ-ମୀନ-ରଙ୍କା l
ଟଙ୍କା ନିଶାରେ ଭୁଲନ୍ତି ଆଧୁନିକ ମାନବେ
ମନେ ପଡ଼େନା ଜମା ମୁରଲୀଫୁଙ୍କା,
ଲଭନ୍ତି ପ୍ରତିଷ୍ଠା ନିଜର ନୈତିକ ମଣି ବିନିମୟେ ଟଙ୍କାର ଲାଳସେ ତୀବ୍ର ପ୍ରବୃତ୍ତି ଝୁଙ୍କା l
ଦିନ ରାତି ଟଙ୍କା ର ଟାଣୁଆ ନିଶା
ବୁଦ୍ଧି ସୁଧୀ ହୁଏ ସବୁ ଫସର ଫସା
ଆହା ମୋ ଯୁଗ ଧରମ କେଡ଼େ ବଡ଼,
ହୃଦୟକୁ କରେ ସାନ ଫୁଟାଣି କରେ ବଡ଼ l
ତୁମେ ପୂରେଇଛ ମନେ ଲୋକଙ୍କ
ଜୀବନ ଶୈଳୀର ଜଡ଼ବାଦୀ ପ୍ରତିଷ୍ଠା ମୋହର
କଳଙ୍କ,
ନଶିଖେଇ ଜୀବନର ମୂଲ୍ୟ ଆଦୌ
"ସ୍ୱାସ୍ଥ୍ୟ ହଁ ପରମ ସମ୍ପଦ" ର ଲୟ,
"ମାନବିକତା ହିଁ ପରମ ଧରମ" ଦେଇଛ ବିଗାଡ଼ି ଜନଗଣେ ବିଷାଦେ ଜଳାଇ ବଡ଼ ଠାକୁରଙ୍କ ହୃଦୟ l
ହେ କଳି ଯୁଗ! ଥାଅ ପଛେ ତୁମେ ଧରା ପୃଷ୍ଠେ ମହାପ୍ରଳୟ ଯାଏଁ,
କର ଟିକେ ନିଉନ ତୁମର ପ୍ରଭାବ
ପଚାରି ବ୍ରହ୍ମାଣ୍ଡ ପରମେଶ୍ୱରଙ୍କୁ
ଆପଣା ଛାଏଁ l
[ କବି : ©ଅବଧୂତ ପଣ୍ଡା, କଟକ ତା.୧୨. ୦୫. ୨୦୨୬ ]
💚💚💚💚💚💚💚💚
