STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଶଙ୍ଖକ୍ଷେତ୍ର ଦାରୁ

ଶଙ୍ଖକ୍ଷେତ୍ର ଦାରୁ

1 min
0

   ଶଙ୍ଖକ୍ଷେତ୍ର ଦାରୁବ୍ରହ୍ମ 


ନୀଳାଚଳେ ବିରାଜିତ ନୀଳାଦ୍ରିବିହାରୀ,

ସର୍ବ ଜନ ବଶୀଭୂତକାରୀ 

ସକଳ ଦୁଃଖ ହାରୀ l


ଯୁଗ ଅବତାରୀ ସେ ଦାରୁବ୍ରହ୍ମ 

ସ୍ଥାଣୁଭୂତ ମୁରାରୀ,

ବାତ୍ସଲ୍ୟ ପ୍ରେମେ ସେ ବନ୍ଧା 

କ୍ଷମା କରନ୍ତି ଧୃଷ୍ଟତା ସବୁ ଜାଣି ଶୁଣି l


କାଷ୍ଠ କବନ୍ଧ ରୂପୀ,କବନ୍ଧେ ଖଚିତ ହସ୍ତ,ମୁଖ ବର୍ଗ କ୍ଷେତ୍ର,

ଚକ୍ରବତ ନୟନ ଯୁଗଳ,

ମସ୍ତକେ ଶୋହେ ବୈଦୁର୍ଯ୍ୟ 

ଗ୍ରୀବାଦେଶେ ଲମ୍ବିତ 

ଦୟଣାମାଳ l


ସବର୍ଣ୍ଣ ଓ ଅସବର୍ଣ୍ଣ ଜନଜାତିଙ୍କ 

ଅତି ଆପଣାର ଠାକୁର,

ଉଚ୍ଚ ନୀଚ ଭେଦଭାବର ଉର୍ଦ୍ଧ୍ୱସ୍ଥିତ 

ଅତି ମାନସ ଶକ୍ତିର ଆଧାର l


ସାର୍ବ ଜନୀନ ଧର୍ମନିରପେକ୍ଷ ଉଦାର ନିର୍ମଳଭାବ ମୂର୍ତ୍ତି,

ଦେବଭୂମି ସ୍ୱାଧୀନ ଭାରତର 

ସମ୍ବିଧାନର ସେ ରଖିଛନ୍ତି କୀର୍ତ୍ତି l


ସର୍ବଧର୍ମର ସମନ୍ୱୟ ରକ୍ଷାକର୍ତ୍ତା 

ବ୍ରହ୍ମାଣ୍ଡିୟ ଜଗନ୍ନାଥ ଧରମ,

ହେ ମହାପ୍ରଭୁ ଶାନ୍ତି ମୈତ୍ରୀ ଭାତୃଭାବ କର ପ୍ରତିଷ୍ଠା ଜାଗ୍ରତ କରି ସଦା ଆମ ମନେ ଭାତୃପ୍ରେମ l

[ ରଚୟିତା © ଅବଧୂତ ପଣ୍ଡା,କଟଜ ତା.୧୪.୦୬.୨୬ 

Composed by©Abadhoot Panda,

Cuttack dated 14.06.26 ]










Rate this content
Log in