STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଅମୃତମୟ ଅଭିବ୍ୟକ୍ତି

ଅମୃତମୟ ଅଭିବ୍ୟକ୍ତି

1 min
1


ଅମୃତମୟ ଅଭିବ୍ୟକ୍ତି


ମାନବଜାତି ସଦା ସବୁଜିମାଭରା (ଚିରହରିତ୍‌) ମଣିଷଙ୍କ ମେଳ,

ଏହାର ପ୍ରଭା ଅଟେ ଅତି ନିର୍ମଳ।


ଏହା ଲୋକଙ୍କୁ ଆନନ୍ଦରେ ଆଲିଙ୍ଗନ କରେ,

କେବେହେଲେ ସେମାନଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେବାକୁ ଚାହେଁନାହିଁ ବୃଥାରେ l


ଅନାଦି କାଳରୁ ଏହା ମାନବ ସତ୍ତାକୁ ସମୃଦ୍ଧ କରୁଛି,

ଯେପରି ହେଉ ସେମାନଙ୍କ କାନ୍ଦ-ବୋବାଳିକୁ ଏକ ଚୁମ୍ବନରେ ଶାନ୍ତ କରୁଛି।


କେତେବେଳେ ମଣିଷ ଅମଣିଷ ପାଲଟିଯାଏ ଜାଣି ଶୁଣି କିମ୍ବା ଅଜଣା ହୋଇ,

ଦାରିଦ୍ର୍ୟ କିମ୍ବା ବିଳାସିତାର ବିକୃତ ହସରେ ପ୍ରଭାବିତ ହୋଇ।


ସାମ୍ପ୍ରତିକ ମାନବଜାତି ସଦାସର୍ବଦା ଜନସାଧାରଣଙ୍କୁ ଚେତାବନୀ ଦିଏ,

କେବେବି ପରପୀଡ଼ନର (ସାଡିଷ୍ଟିକ୍‌) ବିଭ୍ରାଟରେ ନ ପଡ଼ିବାକୁ ସତର୍କ କରାଇ ଦିଏ l


ଚିନ୍ତା ଏବଂ ଲୋଭୀ ଆଖି ସେମାନଙ୍କ ମାନବିକତାକୁ ଛଡ଼ାଇ ନିଏ,

ତଥାପି ଜୀବିକା ପାଇଁ ଏହାଠାରୁ ଭଲ ବିକଳ୍ପ ନୀତିବାନ ମଣିଷ ଜଣିନିଏ l


ଭ୍ରାତୃଭାବ ଏବଂ ହାର୍ଦ୍ଦିକ ସମ୍ପର୍କ ଆଜି ହ୍ରାସ ପାଇବାକୁ ବସିଲାଣି,

ବରଂ ଶତ୍ରୁତା ଏବଂ ସ୍ୱାର୍ଥପର (ବ୍ୟବସାୟିକ) ସମ୍ପର୍କ ଗଭୀର ଭାବେ ବୃଦ୍ଧି ପାଇଲାଣି ।


ହେ ମୋର ବିଶ୍ୱର ମହାନ ଅଭିଜାତ ଭ୍ରାତୃଗଣ! ଉନ୍ନତି ପ୍ରକ୍ରିୟା ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ,

ଯେପରି ସମଗ୍ର ମାନବଜାତି ମାନବୀୟ ମାର୍ଗରେ ଆଗକୁ ବଢ଼ିପାରିବ ଦିଗବଳୟାନ୍ତୁ l


( ଅମୃତମୟ ଅଭିବ୍ୟକ୍ତି : କବି © ଅବଧୂତ ପଣ୍ଡା, ଭାରତ )


Rate this content
Log in