STORYMIRROR

ABADHOOT PANDA

Others

4  

ABADHOOT PANDA

Others

ପ୍ରଣବ ଶ୍ମୃତିରେ

ପ୍ରଣବ ଶ୍ମୃତିରେ

1 min
4

 💙💙💙  ପ୍ରଣବ ସ୍ମୃତିରେ 💙💙💙💙💙💙💙💙💙 ଓଁ କାର ନାଦର ପ୍ରତୀକ ସେ ଯେ ମହାନ କଣ୍ଠଶିଳ୍ପୀ ପ୍ରଣବ, ଓଡିଶା ମାଟିର ଗୌରବ ସେ ଯେ ଚିର ସବୁଜ ମହାନୁଭବ l ଯନ୍ତ୍ରଣା ଦାୟକ ନଥିଲେ ସେ ଥିଲେ ଯେ ମହାନ ଓଡ଼ିଆ ଜାତିର ଗାୟକ, ବିଷାଦ ଅନଳେ ଢାଳୁଥିଲେ ସେ ଉତ୍କଳବାସୀଙ୍କ ଚିତ୍ତେ ସଦା ମୂର୍ଚ୍ଛନା ପିୟୁଷ ରୁଚକ l ଚିହ୍ନି ଜୀବତ୍ମାକୁ ଗାଇଥିଲେ ଦିନେ ସେ "ରେ ଆତ୍ମନ ନିଦ୍ରା ପରିହରି ", ସୁଲଳିତ ଗୁଞ୍ଜନ ଝଙ୍କାରେ କମ୍ପି ଉଠିଥିଲା ଓଲିଉଡର ଚଳଚିତ୍ର ପ୍ରତିଷ୍ଠାନ ଥରି l ଶରୀର ତାଙ୍କର ଥିଲା ସଂଗୀତ ସାଧନାର ଏକ ପୁଣ୍ୟ ମନ୍ଦିର ଦେଇ ଥିଲେ ସେ ଆତ୍ମାକୁ ପ୍ରାଧାନ୍ୟ ନଥିଲା କାୟିକ ବିକାର ଲକ୍ଷ ଲକ୍ଷ ଓଡ଼ିଆଙ୍କ ପ୍ରାଣେ ଥିଲେ ସେ ସଞ୍ଚାରି ଶାଶ୍ୱତ ଜୀବନିକା ଛାଡ଼ି ଚାଲିଗଲେ ଆଜି ସେ ଓଡ଼ିଆଙ୍କ ମେଳେ କେବଳ ତାଙ୍କ ଶ୍ରୀକଣ୍ଠ ଚୟନିକା ଓଁକାର ଗାନ୍ଧର୍ବ କଳା ଉପାସକ ସେ ଯେ ଚିରନ୍ତନ କିଶୋର ପ୍ରଣବ, ଚଳଚିତ୍ର ପଟ୍ଟଭୂମିର ପ୍ରଚ୍ଛଦ ପଟ୍ଟ ଚାରଣ-କଣ୍ଠ-ଅଭିନଵ ଚିର ସବୁଜ ଥିଲା ତାଙ୍କ କଣ୍ଠ ସୁର ସର୍ବଦା ଯୁବ ମାନସ ରଞ୍ଜକ, ରୋମାଞ୍ଚ ଭରା ଗୀତ "ହେ ଗୋରୀ ଚାଲ ଆମେ ପଳେଇ ଯିବା ସହର " ତାହାର ପ୍ରତୀକ l ଶୃଙ୍ଗାର ରସର ଝଲକ ଥିଲେ ସେ ଦେଖାଇ ଗୀତ ମାଧ୍ୟମେ ବିଂଶ ଶତାବ୍ଦୀର ଯୁବ ପୀଢ଼ିକୁ, ପ୍ରକାର ଭେଦ କରି ଲୁଙ୍ଗୁଡ଼ିଆ, ରାବିଡିଆ, ବିରାଡ଼ିଆ ପ୍ରେମ କରିବାର ଶୈଳୀକୁ l ନାହାନ୍ତି ସେ ଆଜି ଆମ ମେଳେ ଯଦିଓ ବାସିନ୍ଦା ହୋଇ ସ୍ୱର୍ଗ ପୁରୀର, ତଥାପି ରହିବେ ସେ ଜୀବନ୍ତ ୟୁ ଟ୍ୟୁଵରେ ଯେ ପର୍ଯ୍ୟନ୍ତ ରହିବ ତିଷ୍ଟି ଆକାଶ ଜାଲ ମର୍ତ୍ତ୍ୟ ଧାମର l ( ରଚିୟିତା : ©ଅବଧୂତ ପଣ୍ଡା, ଚାଉଳିଆଗଞ୍ଜ,କଟକ ସ୍ବର୍ଗତ ଉତ୍କଳୀୟ ମହାନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ସ୍ମୃତିରେ ) ♥️♥️♥️♥️♥️♥️♥️♥️                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍