STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଶଙ୍ଖ କ୍ଷେତ୍ର ଦାରୁ ବ୍ରହ୍ମ

ଶଙ୍ଖ କ୍ଷେତ୍ର ଦାରୁ ବ୍ରହ୍ମ

1 min
0

   ଶଙ୍ଖକ୍ଷେତ୍ର ଦାରୁବ୍ରହ୍ମ 

ନୀଳାଚଳେ ବିରାଜିତ ନୀଳାଦ୍ରିବିହାରୀ, ସର୍ବ ଜନ ବଶୀଭୂତକାରୀ ସକଳ ଦୁଃଖ ହାରୀ l ଯୁଗ ଅବତାରୀ ସେ ଦାରୁବ୍ରହ୍ମ ସ୍ଥାଣୁଭୂତ ମୁରାରୀ, ବାତ୍ସଲ୍ୟ ପ୍ରେମେ ସେ ବନ୍ଧା କ୍ଷମା କରନ୍ତି ଧୃଷ୍ଟତା ସବୁ ଜାଣି ଶୁଣି l କାଷ୍ଠ କବନ୍ଧ ରୂପୀ,କବନ୍ଧେ ଖଚିତ ହସ୍ତ,ମୁଖ ବର୍ଗ କ୍ଷେତ୍ର, ଚକ୍ରବତ ନୟନ ଯୁଗଳ, ମସ୍ତକେ ଶୋହେ ବୈଦୁର୍ଯ୍ୟ ଗ୍ରୀବାଦେଶେ ଲମ୍ବିତ ଦୟଣାମାଳ l ସବର୍ଣ୍ଣ ଓ ଅସବର୍ଣ୍ଣ ଜନଜାତିଙ୍କ ଅତି ଆପଣାର ଠାକୁର, ଉଚ୍ଚ ନୀଚ ଭେଦଭାବର ଉର୍ଦ୍ଧ୍ୱସ୍ଥିତ ଅତି ମାନସ ଶକ୍ତିର ଆଧାର l ସାର୍ବ ଜନୀନ ଧର୍ମନିରପେକ୍ଷ ଉଦାର ନିର୍ମଳଭାବ ମୂର୍ତ୍ତି, ଦେବଭୂମି ସ୍ୱାଧୀନ ଭାରତର ସମ୍ବିଧାନର ସେ ରଖିଛନ୍ତି କୀର୍ତ୍ତି l ସର୍ବଧର୍ମର ସମନ୍ୱୟ ରକ୍ଷାକର୍ତ୍ତା ବ୍ରହ୍ମାଣ୍ଡିୟ ଜଗନ୍ନାଥ ଧରମ, ହେ ମହାପ୍ରଭୁ ଶାନ୍ତି ମୈତ୍ରୀ ଭାତୃଭାବ କର ପ୍ରତିଷ୍ଠା ଜାଗ୍ରତ କରି ସଦା ଆମ ମନେ ଭାତୃପ୍ରେମ l [ ରଚୟିତା © ଅବଧୂତ ପଣ୍ଡା,କଟଜ ତା.୧୪.୦୬.୨୬ Composed by©Abadhoot Panda, Cuttack dated 14.06.26 ]        


Rate this content
Log in