ବିକଳଙ୍ଗି ସ୍ବଦେଶ ମାତୃକା
ବିକଳଙ୍ଗି ସ୍ବଦେଶ ମାତୃକା
1 min
0
ବିକଳାଙ୍ଗୀ ସ୍ଵଦେଶ ମାତୃକା
***********
ଫେରାଇ ଦିଅ ପ୍ରଭୁ ଅଖଣ୍ଡ ଭାରତ
ମାଗୁଣି କରୁଛୁ ପ୍ରଭୁ ହାତ ଯୋଡ଼ି ତ
କିଛି ନାହିଁ ଆମ ପାଶେ ଆଜି ପୂର୍ଣ୍ଣ ସନ୍ତକ ଉପମହାଦେଶର,
ବାକ୍ୟ ନସ୍ଫୁରେ କରିବାକୁ ବୟାନ
ରଂଗୀନ ସୁନେଲି ସବୁଜିମା
ଅତୀତର l
ଆହା କି ପ୍ରାଣସ୍ପର୍ଶୀ ଥିଲା ସେ
ବନାନୀ ରାଜାଙ୍କ ଦୁର୍ଗ ଆଉ
ସେହି ପୂଣ୍ୟ ସ୍ଥାନ
ଯେଉଁଠି ଥିଲା ବିଦ୍ୟମାନ ଭାଇ
ଚାରା ସ୍ନେହ ପ୍ରେମ ମୈତ୍ରୀ ପୂର୍ଣ୍ଣ
ଆହ୍ୱାନ l
ଅନ୍ଧାର ଭିତରେ ଅଛି ଆଲୁଅ ସଦା
ଖୋଜିବାକୁ ପବିତ୍ର ଚକ୍ଷୁ ଦ୍ୱାରା
ଆଲୁଅ ଭିତରେ ଅଛି ଅନ୍ଧାର ସଦା
ନାଚାହୁଁ ତାକୁ ଦେବାକୁ ଧରା
ମଣିଷ ଜାତି ଆମେ ସଦା ମୁକ୍ତ ଆକାଶର ବିହଙ୍ଗମ l
ସ୍ୱଭୂମି ପ୍ରେମେ ବନ୍ଧା ଆମେ ସଦା
ଆମର ପ୍ରିୟ ସବୁ ସ୍ଥାବର ଜଙ୍ଗମ
ପ୍ରାଣ ଉଠୁଛି କାନ୍ଦି ଦେଖି ଆଜି,
ବିଖଣ୍ଡିତ ଉପମହାଦେଶ ମାନଚିତ୍ର
କି କଲ ହେ ମହାପ୍ରଭୁ ଏତେ ନିର୍ଦୟ
ସାଜି l
ଲେଉଟାଇ ଦିଅ ସ୍ବର୍ଣ୍ଣପ୍ରସୂ ଅତୀତ
ଗଉରବ ମଣ୍ଡିତ ଆଭା ଅଖଣ୍ଡ
ଉପମହାଦେଶର ସହସା
ଅଛି ମାନବୀୟ ହୃଦୟ ଆମର
ବିଶ୍ୱ ମୈତ୍ରୀ ଭାବନା ଅନ୍ତରେ
ନଉଡ଼ାଇ ଦିଅ ଆମ ହଂସା l
କାନ୍ଦୁଛି କଇଁ କଇଁ ଆଜି ଆମ
ଧର୍ଷିତା ଅବୟବ-ହରା ହସ୍ତ-ଖଣ୍ଡିତା
ଭଗ୍ନ ମନୋରଥା ଜନନୀ ଆମ
ଯାହା କୋଳେ ଆମ ପୂର୍ବପୁରୁଷ
ପୂର୍ବନାରୀଗଣେ ରଚିଥିଲେ
ଅତି ରମଣୀୟ ମର୍ତ୍ତ୍ୟ-ବୈକୁଣ୍ଠ
ଧାମ l
ନୁହେଁ ଆମେ ନିରାଶ ସଦା ଆଶାୟୀ
ଡୁବିଗଲେ ବି ଶୋକସାଗରେ ହୃତାଙ୍ଗନା ଜନନୀଙ୍କୁ ଦେଖି,
ତଥାପି ମନେ ଅଛି ଆମ ଆଶା, ଭରସା ଆଉ ବିଶ୍ୱାସ ଦୃଢ଼ ହେବ
ନିଶ୍ଚୟ ଦିନେ ପୂର୍ଣ୍ଣାଙ୍ଗନା ପୂର୍ଣ୍ଣ ଯଉବନା ଆମ ଜନନୀ ନିରିମାଖି l
[ ରଚୟିତା: ©ଅବଧୂତ ପଣ୍ଡା, ଭାରତବର୍ଷ ତା.୧୧/୦୯/୨୫ ]
