ସ୍ବାଗତଂ ହେ ଋତୁରାଜ
ସ୍ବାଗତଂ ହେ ଋତୁରାଜ
ସ୍ବାଗତଂ ହେ ଋତୁରାଜ
•••••••••••••••••••
ଫଗୁଣ ଆସିଛି ଧରା ବୁକେ ଆଜି,
ମହକାଇ ତନୁମନପ୍ରାଣ ରସିକ ସାଜି
କିଶୋର କିଶୋରୀ ପ୍ରାଣେ ଭରିଦିଏ ରୋମାଞ୍ଚ,
ଅମୃତସମ ଲଭନ୍ତି ସେମାନେ ନବ
ଉନ୍ମାଦନା ସଜାଇ ପ୍ରଣୟ ଆଧାରେ
ଧରା ରଙ୍ଗମଞ୍ଚ l
ଆମ୍ର ବାଟିକା ହୁଏ ମୁଖରିତ ପିକ
କୁହୁ ତାନେ ଅବିରତ,
ମଳୟ ପବନ ଜନମନପ୍ରାଣୁ ହରିନିଏ
ନକରି ବିଷାଦଗ୍ରସ୍ତ l
ରଙ୍ଗ ପିଚକାରୀ ଧରି ହାତେ ପୁରପଲ୍ଲୀର ଆବାଳବୃଦ୍ଧବନିତା,
ଭୁଲି ଯାନ୍ତି ହୋଲି ଖେଳେ ମାତି
ସଭିଏଁ କିଏ ସାଥୀ କିଏ ଅରାତି l
ପ୍ରେମର ମୁରଲୀ ବଜାଇ କୃଷ୍ଣ ଝୁଲି ଝୁଲି ଆସନ୍ତି ବିମାନେ,
ବସାଇ ବାମ ପାର୍ଶ୍ୱରେ ରାଧା ଶ୍ରୀମନ୍ତନୀଙ୍କୁ ହର୍ଷିତ ମନେ l
କେତେ ଉପଢୌକନେ ସଜାଇ ଫଗୁଣ ଶୃଙ୍ଗାର ଡିଣ୍ଡିମ ପିଟି,
ମର୍ତ୍ତ୍ୟବାସୀଙ୍କ ମୋହିନିଏ ଚିତ୍ତ
ଶୁଭପ୍ରଣୟଗାଥା ଗାୟନ ରଟି l
ହେ ଫଗୁଣ କରୁ ଆମେ ତୁମକୁ ଗୁହାରି ନକର କରୁଣା ଊଣା,
କରୁଥାଅ ପଦାର୍ପଣ ମର୍ତ୍ତ୍ୟ ଧାମେ ପ୍ରତି ବରଷ ଗଳାରେ ପକାଇ ଗଳାରେ ଆମ ପ୍ରେମ-ଦୟଣା l
•••••••••••
( କବି : ©ଅବଧୂତ ପଣ୍ଡା,
ଆଗ୍ରାହାଟ, କଟକ, ତା.୨୪. ୦୩.୨୬ )
