STORYMIRROR

ABADHOOT PANDA

Others

4  

ABADHOOT PANDA

Others

ସ୍ବାଗତଂ ହେ ଋତୁରାଜ

ସ୍ବାଗତଂ ହେ ଋତୁରାଜ

1 min
3

       ସ୍ବାଗତଂ ହେ ଋତୁରାଜ 

•••••••••••••••••••

ଫଗୁଣ ଆସିଛି ଧରା ବୁକେ ଆଜି,

ମହକାଇ ତନୁମନପ୍ରାଣ ରସିକ ସାଜି 

କିଶୋର କିଶୋରୀ ପ୍ରାଣେ ଭରିଦିଏ ରୋମାଞ୍ଚ,

ଅମୃତସମ ଲଭନ୍ତି ସେମାନେ ନବ 

ଉନ୍ମାଦନା ସଜାଇ ପ୍ରଣୟ ଆଧାରେ 

ଧରା ରଙ୍ଗମଞ୍ଚ l

ଆମ୍ର ବାଟିକା ହୁଏ ମୁଖରିତ ପିକ 

କୁହୁ ତାନେ ଅବିରତ,

ମଳୟ ପବନ ଜନମନପ୍ରାଣୁ ହରିନିଏ 

ନକରି ବିଷାଦଗ୍ରସ୍ତ l

ରଙ୍ଗ ପିଚକାରୀ ଧରି ହାତେ ପୁରପଲ୍ଲୀର ଆବାଳବୃଦ୍ଧବନିତା,

ଭୁଲି ଯାନ୍ତି ହୋଲି ଖେଳେ ମାତି 

ସଭିଏଁ କିଏ ସାଥୀ କିଏ ଅରାତି l

ପ୍ରେମର ମୁରଲୀ ବଜାଇ କୃଷ୍ଣ ଝୁଲି ଝୁଲି ଆସନ୍ତି ବିମାନେ,

ବସାଇ ବାମ ପାର୍ଶ୍ୱରେ ରାଧା ଶ୍ରୀମନ୍ତନୀଙ୍କୁ ହର୍ଷିତ ମନେ l

କେତେ ଉପଢୌକନେ ସଜାଇ ଫଗୁଣ ଶୃଙ୍ଗାର ଡିଣ୍ଡିମ ପିଟି,

ମର୍ତ୍ତ୍ୟବାସୀଙ୍କ ମୋହିନିଏ ଚିତ୍ତ 

ଶୁଭପ୍ରଣୟଗାଥା ଗାୟନ ରଟି l

ହେ ଫଗୁଣ କରୁ ଆମେ ତୁମକୁ ଗୁହାରି ନକର କରୁଣା ଊଣା,

କରୁଥାଅ ପଦାର୍ପଣ ମର୍ତ୍ତ୍ୟ ଧାମେ ପ୍ରତି ବରଷ ଗଳାରେ ପକାଇ ଗଳାରେ ଆମ ପ୍ରେମ-ଦୟଣା l

•••••••••••

( କବି : ©ଅବଧୂତ ପଣ୍ଡା,

ଆଗ୍ରାହାଟ, କଟକ, ତା.୨୪. ୦୩.୨୬ )





Rate this content
Log in