ଜୟ ପରିତ୍ରାଣ କର୍ତ୍ତା
ଜୟ ପରିତ୍ରାଣ କର୍ତ୍ତା
ଜୟ ପରିତ୍ରାଣକର୍ତ୍ତା
°°°°°°
ପୂର୍ବ ଦିଗରୁ ଏକ ନକ୍ଷତ୍ର ଦ୍ୱାରା
ହୋଇ ପରିଚାଳିତ
କୁହୁଡ଼ି କୁ ଭେଦ କରି
ଆସିଲେ ତିନି ଜଣ ବ୍ୟକ୍ତି
ବହୁତ ଜ୍ଞାନୀ ଓ ବିଚାରଶୀଳ
ତ୍ରାଣକର୍ତ୍ତା ପୃଥିବୀ କୁ ଆଗମନ
କରିଛନ୍ତି ଜାଣି
ମଣିଷଙ୍କ ହୃଦୟକୁ ପୂର୍ଣ୍ଣ କରି
ପବିତ୍ର ଆନନ୍ଦ ଓ ଉଲ୍ଲାସରେ
ପୃଥିବୀ ତାଙ୍କ ସର୍ତ୍ତବିହୀନ ପ୍ରେମ
ଏବଂ ଖ୍ରୀଷ୍ଟ ସହାନୁଭୂତି ଦ୍ୱାରା ହୋଇ ପରିବେଷ୍ଟିତ
ପବିତ୍ର କଲା ମଣିଷ ଙ୍କ ହୃଦୟ
ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଜୀବ ଗଣଙ୍କ
ପାଳନ କରି ଆବିର୍ଭାବ ଉତ୍ସବ
ଜଣେ ସାଧାରଣ ବ୍ୟକ୍ତି ଓ ସାଧୁ
ଏତେ କଲେ ଆନନ୍ଦିତ ପୃଥିବୀ
ଓ ମାନବ ରାଷ୍ଟ୍ରକୁ
ଯେସଷ୍ ପବିତ୍ର ଶିଶୁ କଲେ
ନିମନ୍ତ୍ରଣ ଓ ଆହ୍ୱାନ ସଭିଙ୍କୁ
ପରି ମାର୍ଜିତ ଓ ମାନବିକତାର
ସହିତ ବନ୍ୟ
ପବିତ୍ର ଖ୍ରୀଷ୍ଟ ସଚେତନତା
ସମସ୍ତ ବ୍ୟକ୍ତି ଗଣଙ୍କୁ କଲା ସଂଯୁକ୍ତ
ଜ୍ଞାନୀ ଓ ବିଚାରଶୀଳ
ଖ୍ରୀଷ୍ଟଙ୍କ ପବିତ୍ର ଅନୁରାଗ
କଲା ଆନ୍ଦୋଳିତ ମାନବ ରାଷ୍ଟ୍ରକୁ
ଜୟ ତାରଣ କରତା ଯିଏ ଆସିଲେ କରିବାକୁ ବିନତି
ପହଞ୍ଚି ପ୍ରତ୍ୟେକ ଏବେଲ୍ ଓ କେନ୍ ଙ୍କ ପାଖେ
ଏବେ ଓ ଏଠାରେ
ସେତେ ଶିକ୍ଷା ଦେଇ କିପରି
କରିବାକୁ ପରିଷ୍କାର ପ୍ରତ୍ୟେକ ମଣିଷ ର ପାପ କୁ
ଅନ୍ତରସ୍ଥ ଦର୍ପଣ ସକ୍ରିୟ କରିବା ଦ୍ୱାରା
ସମ୍ପାଦନ କର ଭବିଷ୍ୟତ ବାଣୀ
ହୃଦୟହୀନ ଉଦାସୀନତା କୁ
ସଚେତନ ବିଶ୍ଵବ୍ୟାପୀ ସହାନୁଭୂତି ଦ୍ୱାରା
କରିବାକୁ ସିଦ୍ଧ ଆତ୍ମ ରସାୟନ
କେଵଳ ତୁମ ପଡୋଶୀ ଙ୍କୁ ଭଲ
ପାଅନା କିନ୍ତୁ ତୁମ ଶତ୍ରୁକୁ ମଧ୍ୟ ଭଲପାଅ ବାସ୍ତବରେ
ଯୀଶୁ ଦେଲେ ନିର୍ଦ୍ଦେଶ ମାନବ ଜାତିକୁ
କର ପରିତ୍ୟାଗ ପର ପୀଡ଼କ ଦର୍ପ ଓ ଅଭିମାନ
ସେଇମାନେ ହିଁ ଆଶୀଷ ଯୁକ୍ତ ଯେଉଁମାନେ ସେମାନଙ୍କ ଆଭ୍ୟନ୍ତରୀଣ
ଦିବ୍ୟତା କୁ ଉଠି ଯାଆନ୍ତି
ତେଣୁ ଖ୍ରୀଷ୍ଟଙ୍କ ଜ୍ଞାନ କୁ ଶରୀରରେ
ଧାରଣ ପୂର୍ବକ
ପୃଥିବୀ ଉପରେ କରିବାକୁ ଘୋଷଣା
ଈଶ୍ବର ଙ୍କ ପ୍ରେମରାଜ୍ୟ
ଏତାଦୃଶ କରି ପବିତ୍ର ମାନବୀୟ ଚେତନା ଖ୍ରୀଷ୍ଟ ଙ୍କ ଚେତନା ସହିତ
ଖ୍ରୀଷ୍ଟ ଙ୍କ ପବିତ୍ର ଆବେଗକୁ ଦିଅ
କରିବାକୁ ସମ୍ପାଦନ ମାନବ ରାଷ୍ଟ୍ରର
ଭବିଷ୍ୟତ ବାଣୀ
( Hail the Savior written by Bhagirath Choudhary and translated into Odia by ©Abadhoot Panda )
