ପ୍ରେମ ତରଙ୍ଗିଣୀ ହୁଏ ପ୍ରବାହିତ
ପ୍ରେମ ତରଙ୍ଗିଣୀ ହୁଏ ପ୍ରବାହିତ
ପ୍ରେମର ତରଙ୍ଗିଣୀ ହୁଏ ପ୍ରବାହିତ
••••••••••••••••••••
ସୌନ୍ଦର୍ଯ୍ୟ ଦିଏ ପ୍ରେରଣା ରଚିବାକୁ କବିତା
ମନ ହୁଏ ଧ୍ୟାନରତ ଯୋଗାଇ ଦିଏ ପ୍ରେରଣାର ଉତ୍ସ
ଦିବ୍ୟତା ଆସଇ ଧୀର ମନ୍ଥର ଗତିରେ ନୀରବରେ
ଉପଭୋଗ କରଇ ମୁଁ ତାହାର
ସୌନ୍ଦର୍ଯ୍ୟ ପ୍ରେମଶୀଳ ଭାବେ
ଦର୍ଶନ କରଇ ତାହାର ସୌନ୍ଦର୍ଯ୍ୟ
ସୃଜନ ସମୂହରେ
ପ୍ରେମର ତରଙ୍ଗିଣୀ ହୁଅଇ
ପ୍ରବାହିତ
ମଙ୍ଗଳ କାମନା ସହିତ
ମନ କରଇ ଆତ୍ମ ସମର୍ପଣ
ସ୍ୱାଭାବିକ ଭାବେ ପ୍ରସନ୍ନତା ପୂର୍ବକ
ଦିବ୍ୟତା ର ମହକ ହୁଅଇ
ପରିବ୍ୟାପ୍ତ ସୁଖ ପୂର୍ବକ
ଶୀତ ଋତୁର କୁଜଝଟିକା
ହୁଅଇ ଅଦୃଶ୍ୟ କ୍ରମଶଃ
କରଇ ମୁଁ ପର୍ଯ୍ୟବେକ୍ଷଣ ସୂର୍ଯ୍ୟର
ସୌନ୍ଦର୍ଯ୍ୟ ଆଦର ସହିତ
ସୂର୍ଯ୍ୟ ରଶ୍ମି ଦିଏ ଚୁମ୍ବନ
କରଇ ଆଶୀର୍ବାଦ ପ୍ରତ୍ୟୁଷରେ
କରଇ ମୁଁ ଉପଭୋଗ ସିନ୍ଦୂରିଆ
ପ୍ରଭାତର l
[𝚃𝚑𝚎 𝚅𝚎𝚛𝚜𝚎 𝚝𝚒𝚝𝚕𝚎𝚍 " 𝚁𝙸𝚅𝚄𝙻𝙴𝚃 𝙾𝙵 𝙻𝙾𝚅𝙴 𝙵𝙻𝙾𝚆𝚂 " 𝚘𝚛𝚒𝚐𝚒𝚗𝚊𝚕𝚕𝚢 𝚌𝚕𝚒𝚌𝚔𝚎𝚍 𝚋𝚢 © 𝚅𝚊𝚟𝚛𝚘𝚘𝚟𝚊𝚑𝚊𝚗𝚊 Patra 𝚘𝚗 20𝚝𝚑 𝙳𝚎𝚌𝚎𝚖𝚋𝚎𝚛 𝟸𝟶𝟸𝟻 𝚝𝚛𝚊𝚗𝚜𝚕𝚊𝚝𝚎𝚍 𝚒𝚗𝚝𝚘 𝙾𝚍𝚒𝚊 𝚕𝚊𝚗𝚐𝚞𝚊𝚐𝚎 𝚋𝚢 ©𝙰𝚋𝚊𝚍𝚑𝚘𝚘𝚝 𝙿𝚊𝚗𝚍𝚊 ]
