ବ ର ଷା ପ ରେ
ବ ର ଷା ପ ରେ
ବର୍ଷା ପରେ
••••
ସେ ଯାଇଛି ଅତିକ୍ରମ କରି
ପବନ ଅଛି ସ୍ଥିର
ଓ ବର୍ତ୍ତମାନ ମୁଁ ନିଶ୍ଵାସ ନେଉଛି
ମୋର ଇଚ୍ଛା ବିରୁଦ୍ଧେ
ମୋତେ ଲାଗୁଛି ଶାନ୍ତି କଣ ଗଲିଣି ମୁଁ ଭୁଲି
କିନ୍ତୁ ବର୍ତ୍ତମାନ ସେ ମୋତେ ଧୀରେ ଧୀରେ ସ୍ପର୍ଶ କରୁଛି
ଭାବିଥିଲି ମୁଁ ସେଇ ସବୁ ଯନ୍ତ୍ରଣାରେ
ଭାଙ୍ଗି ପଡ଼ିବି
କେଜାଣି କାହିଁକି ମୁଁ ପୁଣି ଏଠି ହୋଇଛି ଠିଆ
ସୂର୍ଯ୍ୟ ଆସୁଛନ୍ତି ଫେରି ଯଦିଓ ସେ
ନରମ ଓ ଲାଜକୁଳା
ଓ ସେ ଭରି ଦିଅନ୍ତି ନୂଆ ରଙ୍ଗ ଆକାଶେ
ନୀରବତାକୁ ଆଦରି ନେଇଛି ମୁଁ ଜଣେ ବନ୍ଧୁ ପରି
ବାତ୍ୟା ଥମିବାର ଏକ ଆଶ୍ୱସ୍ଥିର ନିଃଶ୍ୱାସ
ଯଦିଓ ମୁଁ କମ୍ପୁଥିଲି ଓ ରକ୍ତସ୍ରାବ କରୁଥିଲି
ମୁଁ ଉଠେ ଓ ଆଗରେ ଥିବା ପଥରେ
ମୁଁ ଆଗେଇ ଚାଲେ
ଆବେଗର ଝଡ଼ ପରବର୍ତ୍ତୀ ଶାନ୍ତି
[ 𝐓𝐡𝐞 𝐯𝐞𝐫𝐬𝐞 𝐀𝐅𝐓𝐄𝐑 𝐓𝐇𝐄 𝐒𝐓𝐎𝐑𝐌 𝐜𝐨𝐦𝐩𝐨𝐬𝐞𝐝 𝐛𝐲 ©®𝐕𝐚𝐧𝐝𝐚𝐧𝐚 𝐏𝐚𝐧𝐝𝐞𝐲 ( 𝐌𝐲 𝐅𝐚𝐜𝐞𝐛𝐨𝐨𝐤 𝐩𝐚𝐥 ) & 𝐭𝐫𝐚𝐧𝐬𝐥𝐚𝐭𝐞𝐝 𝐢𝐧𝐭𝐨 𝐎𝐝𝐢𝐚 𝐥𝐚𝐧𝐠𝐮𝐚𝐠𝐞 ( 𝐦𝐲 𝐦𝐨𝐭𝐡𝐞𝐫 𝐭𝐨𝐧𝐠𝐮𝐞 ) 𝐨𝐧 𝟐𝟎𝐭𝐡 𝐉𝐚𝐧𝐮𝐚𝐫𝐲 𝟐𝟎𝟐𝟔 ( 𝐓𝐮𝐞𝐬𝐝𝐚𝐲 ) ]
