STORYMIRROR

Suresh chandra Padhy

Romance

4  

Suresh chandra Padhy

Romance

ଶୀତ ସକାଳ ଆସିଛି

ଶୀତ ସକାଳ ଆସିଛି

1 min
313

କବିତା,ଶୀତ ସକାଳ ଆସିଛି

ସୁରେଶ ଚନ୍ଦ୍ର ପାଢୀ

ଆସ ସାଥି ଶୀତ ଆସିଛି,

ତୁମ ପାଇଁ ଆଉ ମୋ ପାଇଁ।

ସାଥି ହୋଇ ଆମେ ବୁଲିବା ,

ମଜା ଆଉ ମସ୍ତି ଆମେ କରିବା।

ଦେହ ଥରି ଯାଉ ଥିବ ଆମର,

ତଥାପି ଏ ଶୀତ ସକାଳ କୁ କରିବାନି

ଖାତର।

ଦୁହେଁ ହାତ ଧରା ଧରି ହୋଇ ଥିବା,

ଦେହରେ ନାଲି ନୀଳ ବସ୍ତ୍ର ପିନ୍ଧି ଥିବା।

କୁହୁଡି ଭରା ସକାଳ ରେ ରାସ୍ତା ଦିସୁ ନ ଥିବ,

ତଥାପି ଲକ୍ଷ୍ୟ ସ୍ଥଳ କୁ ଆମ ପାଦ ଯାଉ ଥିବ।

କାକର ଆମ ଦେହ କୁ ଭିଜାଇ ଦେଉଥିବ,

ତଥାପି ପ୍ରକୃତି ଆମକୁ ଖୁସି ଆନନ୍ଦ ଦେବ।

ପୂରୁବ ଆକାଶ ରୁ ସୁରୁଜ ଙ୍କ ଲାଲ କିରଣ ପଡିବ,

ଶୀତ ଭରା ସକାଳେ ଦେହେ ଆମ ଶିହରଣ ଥିବ।

ବୁଲା ବୁଲି କରି ଆମେ ଚା ଦୋକାନ କୁ ଯିବା,

ଶୀତୁଆ ସକାଳେ ଆମେ ଦୁହେଁ ଗରମ ଚା ପିଇବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance