STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

କବିତା,ସୁନା ବେଶ ସୁରେଶ୍ ଚନ୍ଦ୍ର ପାଢି ବୁଗୁଡ଼ା,ଗଞ୍ଜାମ

କବିତା,ସୁନା ବେଶ ସୁରେଶ୍ ଚନ୍ଦ୍ର ପାଢି ବୁଗୁଡ଼ା,ଗଞ୍ଜାମ

1 min
58

କବିତା,ସୁନା ବେଶ
 
 କେତେ ଆଉ ଦୁଃଖ ଦେବୁ ରେ
                          ସୁନା ଠାକୁର

 ସୁନା ବେଶ ହୋଇ ହସୁ
                        ରଥ ଉପରେ ତୋର

 ସୁନା ପିନ୍ଧି ଖୁସି ହେଉ ଭକତ ମେଳ ରେ
 ମୋତେ କନ୍ଦାଇ ଦେଲୁ ଜୀବନ ଜଞ୍ଜାଳ ରେ
 ଏକାଦଶୀ ତିଥିରେ ଦିବ୍ୟ ସୁନା ବେଶ
 ମନ ଲାଖି ଯାଏ ଭକତ କୁ କରୁ ତୋଷ
 
ଲୁହ ଲହୁ ଝରି ଝରି ଯାଏ ରେ
                             ସୁନା ଦିଅଁ ମୋର
ବଡ଼ ଦାଣ୍ଡେ ତୁ ରାଜା ମୁଁ
                               ଦୀନ ହୀନ ଛାର
 
ଭାଙ୍ଗି ଯାଏ ନୀତି ମୋର ପରିବାର
ଭଜି ପାରେ ନାହିଁ ନାମ ବ୍ରହ୍ମ ତୋର
 ସବୁ ଆଶା ଠାରୁ ଦୂରେଇ ଯାଉଛି
ତୋ ପାଦ ପଦ୍ମ ରେ ଭରସା ମୋ ଅଛି
 
କହି ହୁଏ ନାହିଁ ସହି ହୁଏ ନାହିଁ
                    ସୁନା ଶଙ୍ଖାଳି ମୋର
 ଦୁନିଆ ରେ ସବୁ ଦେଖୁ ତୋ ବିନା
                             କିଏ ନିଜର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract