STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଆମ କଳାକାର

ଆମ କଳାକାର

1 min
8

 କିଏ କେବେ ଦେଖିଛ କି କଳାକାର ଲୁହ କୁ
ଅନ୍ୟ କୁ ହସାଏ ସେ କେତେ କଷ୍ଟ ଦେଇ ନିଜକୁ
 ପେଟ ପାଇଁ ସେ ଦୁନିଆ ଦାଣ୍ଡ କୁ ଆସି ଯାଏ
ପଇସା ପାଇଁ ସେ କେତେ କଥା ନୀତି ସହି ଥାଏ
ରଙ୍ଗ ମଞ୍ଚ ହେଉ ଅବା ପରଦା ଆଗର ନାୟକ
 ଦର୍ଶକ ପାଇଁ ସେ ନୀତି କରି ଥାଏ ତାର ନାଟକ
 ଖରା ହେଉ ଅବା ବର୍ଷା କାମ କରେ ଅନ୍ୟ ପାଇଁ
ଶୀତ କାକର ବି ସହି ଯାଏ ଦର୍ଶକ ଙ୍କୁ ଖୁସି ଦେଇ
କେବେ ସେ ନିଜ କଥା ରେ ବାନ୍ଧି ନିଏ ସଭିଙ୍କ ମନ କୁ
 ତଥାପି କେତେ ଲୋକ ନିନ୍ଦା ସହି ଯାଏ ସଜାଇ ନିଜକୁ ନିଜ ପରିବାର ପାଇଁ ନୀତି କଷ୍ଟ କରେ ଦିନ ରାତି
 କଳାକାର ଙ୍କ ବୁଝିବା ମହତ ସମ୍ମାନ ଦେବା କରି ପ୍ରୀତି ଈଶ୍ୱର ଙ୍କ କଳା ନେଇ ସେ ଆସିଲେ ଏଇ ଜଗତ କୁ
 ଆମ କଳାକାର ଆମ ଗୌରବ ଚିର ଦିନ ଥିବେ
 ରଖି ନିଜ ଯଶ କୁ


Rate this content
Log in

Similar oriya poem from Classics