STORYMIRROR

Dr Chandra Sekhar Bhol

Romance Others

4  

Dr Chandra Sekhar Bhol

Romance Others

କାମନା

କାମନା

1 min
406

ପ୍ରେମ ଭୋଗ୍ୟ ନା ପ୍ରେମ ତ୍ୟାଗ,

ସେଇଟା ମୁଁ ଜାଣିନି,

ପ୍ରେମର ଆନନ୍ଦ ମିଳନରେ ଥାଏ ନା ବିଛେଦରେ,

ସେଇଟା ବି ବୁଝିବାକୁ ଚେଷ୍ଟା କରିନି.....

କାରଣ ଜାଣିଛ??

ମୁଁ ଆଜି ଯାଏ ଜାଣିପାରିଲିନି,

ପ୍ରକୃତରେ, ପ୍ରେମ କାହାକୁ କୁହାଯାଏ??

କାରଣ ଏ ଦୁନିଆ କୁହେ,

ପ୍ରେମ ଶାଶ୍ୱତ, ପ୍ରେମ ପବିତ୍ର ଆଉ ଦୁଇ ହୃଦୟର ମିଳନ,

ତାହାଲେ, ମୋର ଏକତାରଫା ଟା......

କଣ କାମନା ବୋଲି ଧରି ନେବି??

ଆଉ ଯଦି କାମନା ତାହାଲେ,

ସିନ୍ଦୁରା ଫାଟିବାର ପକ୍ଷୀ ରାବଠୁ ମଧ୍ୟରାତ୍ରିର ନିସ୍ତବତା ଜାଏ,

କାହିଁ ସେ ଆସେ, ମୋ ନିରବ ପାର୍ଥନରେ??

ତାର ଦେହ ଟିକେ ଅସୁସ୍ଥ ହେଲେ,

କାହିଁ ମୋ ଆଖିରୁ ନିଦ ହଜିଯାଏ??

କାହିଁ କରିବସେ ପାଷାଣ ଦିଅଁ ପାଖେ କେତେ ମାନସିକ??

ଜୀବନରେ ମୋର ଟିକେ ସଫଳତା ମିଳିଲେ,

କାହିଁ ହାତ ଫୋନ ଆଡେ ଚାଲି ଜାଏ ତାକୁ ଟିକେ ଜଣାଇଦେବାକୁ??

କିଛି ପର୍ବ ପର୍ବାଣି ଆସିଲେ,

କାହିଁ ଏଈ ମନ ଖୋଜିବସେ ତା'ସହ ଉତ୍ସବ ବନେଇବାକୁ??

ଯଦି କେବେ ତାର ମନପସନ୍ଦର ଖାଇବା, କିଏ ମୋ ଥାଳିରେ ବାଢି ଦିଏ,

ଆଉ ସେ ଯଦି ପାଖରେ ନଥାଏ,କାହିଁକି ଏ ମନ ହେଇ ଯାଏ ଉଣା??

ଯଦି ଜୀବନରେ ସେ କେବେ ବିଫଳତାକୁ ଭେଟେ,

କାହିଁ ମନ ମୋର ହେଇଯାଏ ଅଶାନ୍ତ, ଆଉ ଆଖି ହେଇଯାଏ ଛଳଛଳ??

ଆଉ କାହିଁ ଦୌଡ଼ିଯାଏ ପାଖ ମନ୍ଦିରକୁ ଦୀପଟିଏ ଧରି??

କାହିଁ ମୋର ଆଖି ଚାହେଁ ତାକୁ ସବୁବେଳେ ସାମ୍ନାରେ ଦେଖିବାକୁ??

କାହିଁ ମୋର ଆତ୍ମା ଚାହେଁ ତାର ଛାଇ ହେଇ ବଂଚିବାକୁ??

କାହିଁ ତା ବିନା ବଂଚିବା ଲାଗେ ନିରଥର୍କ ଆଉ ଏ ଜୀବନ ଲାଗେ ଫିକା??

ଯଦି, ଏସବୁ କାମନା.....

ତାହାଲେ ସେହି କାମନାର ବିନାଶ ଲାଗି,

ଏବେହିଁ, ମୋର ବାକି ବୟସକୁ ତାର ଆୟୁଷ ସହ ଯୋଡି ଦେଇ,

ମୁଁ ପ୍ରେମର ଅନ୍ବେଶ୍ୱଣରେ ବାହାରି ଯିବାକୁ ଚାହେଁ.....ll


                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance