STORYMIRROR

Dr Chandra Sekhar Bhol

Romance

3  

Dr Chandra Sekhar Bhol

Romance

ଅପେକ୍ଷାରେ ସେ ଅପରାହ୍ନ

ଅପେକ୍ଷାରେ ସେ ଅପରାହ୍ନ

1 min
133

ଏମିତିକା ଅପରାହ୍ନଟେ କେବେ ଆସିବ,

ଯେବେ ଜୀବନର ଥକା ଦୂର କରିବାକୁ

ତୁମକୁ ନେଇ ଚାଲିଯିବି ସହରଠୁ ବହୁ ଦୂରକୁ

ନା ଥିବ ସେଠି ଜନବସତିର କୋଳାହଳ,

ନା ଥିବ ସେଠି କେହି ଚିନ୍ହା ମୁହଁ ଦେଖିବାର ଭୟ,

ବାସ, ଖାଲି ତୁମେ ଆଉ ମୁଁ.....

ଆଉ ଆମକୁ ସ୍ୱାଗତ କରିବା ପାଇଁ ପରିବେଶର ନିରବତାକୁ ଭଗ୍ନକରି,

ଝରଣାର କୁଳୁକୁଳୁ ଶବ୍ଦର ତାଳେ ତାଳେ,

ପକ୍ଷୀମାନେ ସୁମଧୁର କଣ୍ଠରେ ଗଇ ଚାଲିଥିବେ,

କେତେ କିଚିରି ମିଚିରି ସଂଗୀତ.....

ଆଉଆମେ ପାଖରେ ବସି, ହାତରେ ହାତ ଛନ୍ଦି କେତେ କଣ ଗପି ଚାଲିବା,

କେବେ ବିତି ଯାଇଥିବା ଅତୀତକୁ ନେଇ ପଶ୍ଚାତାପ କରିବା,

ତ କେବେ ଆଗାମୀ ଭବିଷ୍ୟତ ପାଇଁ ସୁନେଲି ସ୍ବପ୍ନ ସାଉଁଟିବା.....

ଏମିତି ଗପୁ ଗପୁ ଯଦି କାହା ଶରୀରକୁ ଥକା ଲାଗିବ,

ଆର ଜଣଙ୍କ କାନ୍ଧରେ ମୁଣ୍ଡ ରଖି ଥକା ମେଣ୍ଟେଇ ଦେବା.....

ତା ଭିତରେ, ମୁଁ ପକେଟ ଭିତରେ ହାତ ପୁରେଇ,

ବଢ଼ାଇ ଦେଇଥିବି ତୁମକୁ ତମର ମନପସନ୍ଦର ଚକୋଲେଟ,

ଆଉ ତୁମେ ସବୁଥର ପରି ସେଇ ଚିରାଚରିତ ଢଙ୍ଗରେ ପ୍ରଶ୍ନ କରୁଥିବ.....

ଏସବୁ ବେକାର ଜିନିଷ ପାଇଁ

ପଇସା ଖର୍ଚ କରିବା କଣ ନିହାତି ଦରକାର ଥିଲା?

ଏତେ ଥର କହିଲା ପରେବି ସୁଧୁରିଲେ ନାହିଁ,

ଖାସ ଏଇଥି ପାଇଁତ, ମୁଁ ଆପଣଙ୍କୁ ପସନ୍ଦ କରେନି.....

ଆଉ ମୁଁ ମୁହଁ ଶୁଖେଇ, ଏଇ ଶେଷ ଥରଟା ଖାଇଦିଅ କହି,

ତୁମ ପାଟିରେ ଜବରଦସ୍ତ ଚକୋଲେଟ ଟିକୁ ଗୁଂଜି ଦେଉଥିବି.....

ଆଉ ତାରି ଭିତରେ ଚିତ୍ରପଟରେ ଆମର ସ୍ମୃତି ସାଇତିବା ପାଇଁ ,

ମୁଁ ଖୋଲି ଦେଇଥିବି ସେଲ୍ଫି କ୍ୟାମେରା.....

ଆଉ ତମେ ଦୁଇ ପାପୁଲି ଭିତରେ ଲାଜକୁଳୀ ମୁହଁ ଲୁଚେଇ

କଣେଇ କଣେଇ ଚାହିଁ କହି ଚାଲିଥିବ.....

ପ୍ଲିଜ, ସେଲ୍ଫି ନିଅନି, ଆଜି ପରା ମୁଁ ଭଲରେ ସଜ ହେଇନି,

ଆଉ ତମକୁ ରାଜି କରେଇ ସେଲ୍ଫି ନ ନବା ଯାଏ,

ନା ସୂର୍ଯ୍ୟ ଅସ୍ତ ହେଉ ଥିବ, ନା ସନ୍ଧ୍ୟା ନଉଁଥିବ.....।


                          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance