STORYMIRROR

Dr Chandra Sekhar Bhol

Romance

3  

Dr Chandra Sekhar Bhol

Romance

ନୀରବ

ନୀରବ

1 min
146

କେଜାଣି କାହିଁକି ରାତି ବଢିଲେ,

ମୁଁ ନିଜକୁ ନୀରବ ବନେଇ ଦିଏ ,

ତା ଅର୍ଥ ନୁହେଁ ମୁଁ ମୁକ କି ବଧିର..

ନିଜ ସହ ଝଗଡା ଖୁବ୍ ଜୋରରେ କରେ,

ଆଉ ନିଜକୁ କର୍ତ୍ତା ସହ ଦ୍ରଷ୍ଟା ବି ସଜେଇ ଦିଏ..

କେବେ ମନ ହୋଇଯାଏ ଅନ୍ୟମନସ୍କ,

ତ କେବେ..

ଭାବନା ଗୁଡାକ ହୋଇଉଠନ୍ତି ଚଳଚଞ୍ଚଳ..

ପୁଣି କେବେକେବେ ଇଚ୍ଛା ହୁଏ,

ନୀରବତା ଭାଙ୍ଗି ଦେବାକୁ..

ଖୁବ୍ ଜୋରରେ ଲଢେଇ କରିବାକୁ,

ନିଜ ବିଷୟରେ ସଫେଇ ଦେବାକୁ..

କିନ୍ତୁ କାହା ପାଖରେ, କାହା ଆଗରେ?

କାହା ସହ ଭାବର ବନ୍ଧନରେ ବାନ୍ଧିହବାକୁ ଏତେ ପ୍ରୟାସ?

ପ୍ରଶ୍ନ ଗୁଡା ନିଜକୁ ବ୍ୟତିବ୍ୟସ୍ତ କରିଦିଅନ୍ତି..

ଆଉ ଠିକ୍ ସେହି ସମୟରେ ମନେ ପଡିଯାଏ,

ଏଠି ତ ମତେ ଛାଡ଼ି ସମସ୍ତେ କାମନା, ବାସନା

ଆଉ ବନ୍ଧନରୁ ବହୁ ଊର୍ଦ୍ଧ୍ୱରେ,

କିନ୍ତୁ ମୁଁ କାହିଁକି ନୁହେଁ?

କ'ଣ ଏଇଟା ମୋର ପ୍ରାରବ୍ଧ ନା ଏଇ ଜନ୍ମର କର୍ମଫଳ?

ଆଉ ନିଜର କର୍ମଫଳକୁ ଦୋଷ ଦେଇ,

ନିଜକୁ ଖୁବ୍ ଜୋରରେ ଧିକ୍କାର କରି,

ଆଖିରୁ ଆଞ୍ଜୁଳାଏ ମୋତି ଗଡେଇ,

ନିଜକୁ ସ୍ୱାର୍ଥପର ସଜେଇ,

ବହୁଦୂରକୁ ନେଇଯିବା ପାଇଁ ଚେଷ୍ଟା କରେ..

କେବେକେବେ ନିଦ ଆସେ ତ,

କେବେ ଅନିଦ୍ରାର ପ୍ରଦୀପରେ ଜାଗର ବନାଏ...

କିନ୍ତୁ କାହିଁକି କେଜାଣି,

ତା ପରଦିନ ସିନ୍ଦୁରା ଫାଟିବା ବେଳକୁ,

ମନ ପରିବର୍ତ୍ତନ ହୋଇଯାଇଥାଏ,

"ତମେ ମୋ ପାଖକୁ ନିଶ୍ଚୟ ଫେରି ଆସିବ",

ଆଶାର ମଲମ ଲଗେଇ,

ତା ପରଦିନ ବଞ୍ଚିଯାଏ...

ଆଉ ଦିନ ଗଡିଯାଇ ରାତି ଆସିଲେ,

କାହିଁକି କେଜାଣି ନିଜକୁ ପୁଣି ନୀରବ ବନେଇ ଦିଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance