STORYMIRROR

Sangeeta Barik

Romance

3  

Sangeeta Barik

Romance

ନୟନ ପ୍ରେୟସୀ

ନୟନ ପ୍ରେୟସୀ

1 min
331


ମନର ମାନସୀ ନୟନ ପ୍ରେୟସୀ

   ତୁମେ ମୋ ହୄଦୟ ପ୍ରିୟା,

ତୁମ ଶିହରଣ ମୋ ଦେହରେ ଖେଳେ

   ପୁଲକିତ ହୁଏ ହିଆ ।

ମୄଗଠୁ କି ଆଖି ଚୋରାଇ ଆଣିଛ

  ସୁନ୍ଦର ଯୋଡି ନୟନ,

ପଲକରେ ମୋତେ ଲୁଚାଇ ଦିଅହେ

  ହଜିଯିବି ସବୁ ଦିନ ।

ନାଲି ରଙ୍ଗ ବୋଳା ଅଧର ତୁମର

  ଜଗାଏ ମୋ ଓଷ୍ଠ କମ୍ପନ,

ସେହି ମଧୁରତା ଅଧର ଉଷ୍ଣତା

   କରଇ ହୄଦ ମନ୍ଥନ ।

ସପନ ତୁମେ ମୋ ସ୍ପଷ୍ଟ ଦିବାଲୋକେ

   ପାରୁନି ଜମାରୁ ଛୁଇଁ,

ଭାବନା ରାଜ୍ୟରେ ଖିଆଲି ପ୍ରେମିକା

   ବାସ୍ତବତା ତୁମ ନାହିଁ ।


Rate this content
Log in

Similar oriya poem from Romance