STORYMIRROR

Sangeeta Barik

Classics

3  

Sangeeta Barik

Classics

ପୁରାଣ

ପୁରାଣ

1 min
192


ଅତି ପୁରାତନ ଆମର ପୁରାଣ

ଜାତି ଧର୍ମ ନୀତି କଥା,

ରଚି ଯାଇଥିଲେ ବ୍ୟାସ ଆଦି ମୁନି

ଦେବ ଜନ୍ମ କର୍ମ କଥା ।


ବଇଦିକ ଯୁଗ ପରେ ବ୍ୟାସ ଆଦି

ରଚିଲେ ପୁରାଣମାନ,

ପାଠ କଲେ ଏହା ଭୁତ ଭବିଷ୍ୟତ

ବର୍ତ୍ତମାନ ହୁଏ ଜ୍ଞାନ ।


ପୁରାଣ ଅଟଇ ଆମ ଦେଶ ପ୍ରାଣ

ମଧୁର ତା ଶ୍ରୁତି ରସ,

ପାନ କରେ ଯିଏ ଜ୍ଞାନୀ ହୁଏ ସିଏ

ଶେଷ ହୁଏ ଅବସୋସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics