STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ବହୁରୂପୀ

ବହୁରୂପୀ

1 min
187

ବେନି ଚର୍ମ ଚକ୍ଷୁରେ ଦୃଶ୍ୟମାନ ଜାଗତିକ ଦୃଶ୍ୟ,

ସ୍ଥୁଳ,ସୂକ୍ଷ୍ମ ପୃଥୁଳ ସଚଳାଚଳ ଯେତେ ପାର୍ଥିବ ଦ୍ରବ୍ୟ,

ସମ୍ଭବତଃ ହୋଇପାରେ ଆମ୍ଭ ମନର ଭ୍ରମ ମାତର,

କ୍ଷଣ ଭଙ୍ଗୁର ଏଇ ବ୍ରହ୍ମାଣ୍ଡରେ କିଛି ବି ନୁହଁଇ ସ୍ଥିର!!


ନୀତି ଆଦର୍ଶ ଧର୍ମ ନ୍ଯାୟର ବଦଳୁଥାଏ ପରିଭାଷା,

ଯଥା ଛତ୍ରଛାୟା ଢଳୁଥାଏ ଦେଖି ଗଗନେ ବରଷା,

ଯେବେ ମଣିଷକୁ ଘାରଇ କ୍ଷମତାର ମହୁଆ ନିଶା,

ନୈତିକ ମୂଲ୍ୟବୋଧ ନିଅଇ ସଲୀଳ ସମାଧି ସାହସା!!


ଜୀବନେ କେବେ ବି ସ୍ତାବକ ସାଜ ନାହିଁ କାହାରି,

ଭୀକ୍ଷୁ ସନ୍ନ୍ୟାସୀ ଏଠି ପାଲଟିଯାଆନ୍ତି ବ୍ଯାପାରୀ,

ଆନକୁ ବାଣ୍ଟନ୍ତି ନିରାଡ଼ମ୍ବର ଜୀବନଯାପନର ଜ୍ଞାନ,

ବିଶ୍ବରେ ଚର୍ଚ୍ଚିତ ତାହାଙ୍କ ବହ୍ବାଡମ୍ବର ବିଳାସବ୍ୟସନ!!


ବିଚିତ୍ର ଦୁନିଆର ଅନନ୍ୟ ବୈଚିତ୍ର୍ୟ ଜୀବଶ୍ରେଷ୍ଠ ମନୁଷ୍ଯ,

କ୍ଷଣ କ୍ଷଣ ନ୍ଯସ୍ତ ସ୍ବାର୍ଥେ ବଦଳାଏ ଆପଣାର ରଙ୍ଗରୂପ ,

ମିତ୍ର ସାଜି ମିଷ୍ଟଭାଷୀ ପ୍ରକାରାନ୍ତେ କରେ ସର୍ବନାଶ,

ତୁଛାରେ ନିନ୍ଦିତ ହୁଅନ୍ତି ଯାହା ନିରୀହ ନିର୍ବାକ୍ ସରୀସୃପ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract