STORYMIRROR

RATIKANTA NAYAK

Classics Inspirational Others

3  

RATIKANTA NAYAK

Classics Inspirational Others

ମୋ ପ୍ରିୟା

ମୋ ପ୍ରିୟା

1 min
150

ତୁମ ଆରମ୍ଭରେ ଖୁସିର ଲହରୀ,ଫଗୁଣ ଯାଇଚି ଖେଳି 

ମଧ୍ୟମରେ ତୁମେ ଅଗାଧ ସୁନ୍ଦର, ତୁମକୁ ହଉଚି ଝୁରି !!


ଶେଷବେଳେ ପ୍ରିୟା ଚାଲିଯାଅ ତମେ, କରି ଦେଇ ମୋତେ ପର 

ତମେ ଆସିଥିଲ ମୋ ପୃଥିବୀ ସୁନ୍ଦର,ଏବେ ଗୋଟେ ଭଙ୍ଗା କାଚଘର !!


କ୍ଷମା କରିଦେବ ଏ ଦରଦୀ ବନ୍ଧୁକୁ, ମୁଁ ଭାବିଥିଲି କେତେ ନିଜର

ଏବେ ମୁଁ ବୁଝୁଚି ସ୍ବପ୍ନ ସ୍ୱପ୍ନରେ ଥାଏ, ବାସ୍ତବରେ ସେ ହୁଏ ନି କାହାର !!


କେତେ ଖୁସି ଥିଲି ତୁମ ଆସିବାରେ,କହିମୁ ପାରୁନି ଆଜି 

ଚାଲି ଯାଅ ଯେବେ ଏକା କରି ମୋତେ, ମୁଁ ତୁମକୁ ହଉଚି ଖୋଜି !!


କେତେ ନୀରିମଳ ହୃଦୟ ତୁମର, ସବୁ ଭୁଲ କୁ କରିଛ କ୍ଷମା 

ଆଜିବି ଅଚିନ୍ହା ମୁଁ ନିଜ ପାଖରେ, କାରଣ ପାଉନି ଜମା !! 


ଚାହିଁ ରହିଥିବି ତୁମରି ବାଟକୁ,କଥା ମୁଁ ଦଉଚି ଆଜି 

ତୁମ ବିନା ସବୁ ଶୂନ ଶୂନ ଲାଗେ, ପ୍ରିୟା  .

ହସି ବାର ଅଭିନୟ କରେ ମୁଁ ଆଜି .!!

ମୋ ପ୍ରିୟା "............................!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics