ଶକ୍ତିଶାଳୀ କଲମ
ଶକ୍ତିଶାଳୀ କଲମ
କଲମଟି ଶକ୍ତିଶାଳୀ ବଲମ ଠୁଁ ବନ୍ଧୁ l
କଲମରେ ଜଗାଇଲା ଓଡ଼ିଆଙ୍କୁ ମଧୁ ll
କଲମରେ ଗାରକାଟି ଗୋପବନ୍ଧୁ ଦାସ l
ଦେଶପ୍ରେମୀ ଦେଶଭକ୍ତ କରିଗଲା ଚାଷ ll
କଲମ ଧରିଲେ ବାବୁ ଫକୀର ମୋହନ l
ଭାଷା ରକ୍ଷାହେଲା ତେଜି ଭାଷାଆନ୍ଦୋଳନ ll
କବିତା ଲେଖି ଜାତୀୟ କବି ବାଞ୍ଛାନିଧି l
ଇରମରେ ବହିଗଲା ରକତର ନଦୀ ll
ବୀରକିଶୋର ଦାସଙ୍କ ବିଦ୍ରୋହୀ ସଙ୍ଗୀତ l
ବିଦ୍ରୋହ ନିଆଁ ଜଳିଲା ସ୍ଫୁଲିଙ୍ଗେ ଇଙ୍ଗିତ ll
କାନ୍ତ କବିଙ୍କର ବନ୍ଦେ ଉତ୍କଳ ଜନନୀ l
ଜାଗରଣ ଜଗାଇଲା ଉତ୍କଳରେ ପୁଣି ll
ବଙ୍କିମ ଲେଖିଲେ ଗୀତ ବନ୍ଦେ ମାତରମ l
କ୍ରାନ୍ତି ଗୀତରେ ବିପ୍ଳବୀ ରକତ ଗରମ ll
ସାରେ ଯହାଁସେ ଅଚ୍ଛା ଲେଖିଲେ ଇକବଲ l
ବିଦ୍ରୋହୀ ତାତି ବିଦେଶୀ ହେଲେ କଲବଲ ll
କବିନ୍ଦ୍ର ରବୀନ୍ଦ୍ରଙ୍କର ଜାତୀୟ ସଙ୍ଗୀତ l
ଏକ ସୂତ୍ରେ ଦେଶ ବାସୀ ଏକତ୍ର ଗ୍ରଥିତ ll
କଲମରେ ସୃଷ୍ଟି କେତେ ସୁନ୍ଦର ସାହିତ୍ୟ l
ପାଠ କରି ଜନ ମନ ହୁଏ ହରଷିତ ll
କଲମେ ହୋଇଛି ସର୍ବ ବିଦ୍ୟା ସଂରକ୍ଷଣ l
ସାଧନ କରିବାକୁ ସେ ମାନବ କଲ୍ୟାଣ ll
ଲେଖନୀ ମୁନେ ଲିଖିତ ଶାସ୍ତ୍ର ଓ ପୁରାଣ l
ସକଳ ହୃଦେ ବସନ୍ତି ସ୍ୱୟଂ ନାରାୟଣ ll
କଲମର ଶକ୍ତି କେହୁ ପାରେ କି ବଖାଣି l
ଆଶ୍ଚର୍ଯ୍ୟ ଏ ଅସ୍ତ୍ର ଭାଈ କିଏ ତା ବିନ୍ଧାଣି?
ଏ ଅସ୍ତ୍ର ଧରାଇଛନ୍ତି ଗୁରୁ ଶ୍ରୀ ଗୋବିନ୍ଦ l
ଭକ୍ତିଭରେ ନମେ ତାଙ୍କ ଶ୍ରୀପଦାରବିନ୍ଦ ll
