STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଶ୍ରୀରାମଙ୍କ ଶୋକ

ଶ୍ରୀରାମଙ୍କ ଶୋକ

1 min
277


ସୀତାଙ୍କ ବିଚ୍ଛେଦେ ରାମ ବୁଲୁଥିଲେ ବନେ

ଅନୁଜ ଲକ୍ଷ୍ମଣ ସଙ୍ଗେ ମହାଦୁଃଖ ମନେ ।।

ଶ୍ରାବଣର ବାରି ଧାରା ପରି ନେତ୍ରୁ ଲୁହ

ଝରି ହୃଦୟ ତିନ୍ତଇ କୋହ ପରେ କୋହ ।।


ରାତିରେ ଶୋଇଲେ ଆଖି ନପଡଇ କଷା ।।

ଚାଲିଲେ ନଦିଶେ ବାଟ ଆହା କି ଦୁର୍ଦ୍ଦଶା

ଖିଆ ନାହିଁ ପିଆ ନାହିଁ ମନେ ବଢେ ଚିନ୍ତା

କେତେ ଦୁଃଖ କପାଳେ ଖଞ୍ଜିଲୁ ମନ୍ଦ ଧାତା ।।


ବିକଳେ ବିହ୍ଵଳ ଚିତ୍ତେ ଗିରି ବନ ଲତା

ପଚାରନ୍ତି ଦେଖିଛ କି ତୁମେ ମୋର ସୀତା ।।

ବ୍ୟାକୁଳ ଚିତ୍ତରେ ରାମ ଗୁଣି ସୀତା ଗୁଣ

ବାହୁନି କାନ୍ଦନ୍ତି କାନ୍ଦେ ଲତା ଗିରି ବନ ।।


ପଶୁ ପକ୍ଷୀ ଖାଦ୍ୟ ଛାଡ଼ି ଅଶ୍ରୁଳ ନୟନ

ରାମ ଙ୍କ ବିଳାପ ସ୍ଵରେ ଥରି ଉଠେ ବନ ।।

ଆହା ମୋ ଜୀବନ ଜୀବନ କାହିଁ ଗଲୁ ଛାଡି

ମରି ମରି ବଞ୍ଚିଛି ରେ ତୋ ଗୁଣ ସୁମରି ।।


କାୟା ପଛେ ଛାୟା ପ୍ରାୟ ଆରେ ସୁକୁମାରୀ

ପାସେ ପାସେ ଥାଉ ସଖୀ ମରୁଛି ମୁଁ ଝୁରି ।।

ବୁଝାଇ କୁହନ୍ତି ଲଇକ୍ଷଣ ବୀରବର

ଅଧୌର୍ଯ୍ୟ ନହୁଅ ଭ୍ରାତା ନହୁଅ ଅଧୀର ।।


ବିପଦେ ଅଧୌର୍ଯ୍ୟ ସିନା କାପୁରୁଷ ପଣ

ସତ୍ୟ କରୁଛି ନିଶ୍ଚୟ ମରିବ ରାବଣ ।।

ସତ୍ୟ କରି କହୁଅଛି ମାତାଙ୍କ ଉଦ୍ଧାର

କରିବା ବ୍ରତ ରଖିଲି ଶୋକ ତ୍ୟାଗ କର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics