STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

‌ୟେ ରଙ୍ଗର ଋତୁ

‌ୟେ ରଙ୍ଗର ଋତୁ

1 min
245


ୟେ ରଙ୍ଗର ଋତୁ ୟେ ଫଗୁଣ ମାସ

ଆମ୍ବ ବଉଳରେ ଦିଗ ଚହଟଇ ତା’ର ସୁବାଷ

ମଳୟ ପବନ ପରସେ ଜୀବନ

ଆନମନା ହୋଇ ହୁଏ ଛନ ଛନ

ଜୀବନରୁ ହଜି ଯାଇଥାଏ ଯେତେ ରାଗ କି ରୋଷ 

ୟେ ରଙ୍ଗର ଋତୁ ୟେ… ।।


ନାନାବିଧ ଫୁଲେ ବାରି ବଗିଚାରେ

ଗଛ ଲତା ଡାଳେ ସବୁଜ ବୃନ୍ତରେ ଆନନ୍ଦେ ଝୁଲେ

ମତୁଆଲା ମଧୁଚୋର ମହୁ ଶୋଷେ

ଗୁଣୁ ଗୁଣୁ ଗୀତ ଗାଉଛି ହରଷେ

ବସନ୍ତ ଦୂତର ଗୀତ ସୁମଧୁର କରେ ବିବଶ

ୟେ ରଙ୍ଗର ଋତୁ ୟେ…।। 


ନିରିମଳ ଜଳ ଦୁଇ କୂଳ ଖାଇ

କୁଳୁକୁଳୁ ନାଦେ ଝରଣା ଆନନ୍ଦେ ଯାଉଛି ବହି

ଫୁଟି ଶୋଭାଦିଶେ ପଦ୍-ମ କୁମୁଦ

କିଆ କେତକୀର ଫୁଲର ସୁଗନ୍ଧ

ନାଚଇ ଧରଣୀ ନାଚେ ଫୁଲ ରାଣୀ ହୋଇ ହରଷ

ୟେ ରଙ୍ଗର ଋତୁ ୟେ…।।


ଆହା କି ଆନନ୍ଦ ଲଗନେ ଗୋବିନ୍ଦ

ବିଜେ କରିଲେଣି ସଙ୍ଗେ ରାଧାରାଣୀ ବାଜା ବିବିଧ

ବାଜି ଉଠେ ମୋଦେ ସର୍ବେ ପ୍ରେମ ଛନ୍ଦେ

ନୃତ୍ୟ କରୁଛନ୍ତି ଆହା କି ସାନନ୍ଦେ

ଲଉଡି ଖେଳରେ ରଙ୍ଗ ବରଷାରେ ବିଭୋର ବିଶ୍ଵ

ୟେ ରଙ୍ଗର ଋତୁ ୟେ…।।


ଚାରୁଚିତ୍ର ମୟ ଧରଣୀ ସୁନ୍ଦର

ପ୍ରେମ ଋତୁ ଏହି ରଙ୍ଗ ଋତୁ ଏହି ବସନ୍ତ କାଳ

ସର୍ବେ ବିମୋହିତ ସର୍ବେ ଆନନ୍ଦିତ

ସବୁ ମନ ପ୍ରାଣ କରି ଆମୋଦିତ

ବସନ୍ତେ ବାସନ୍ତୀ ଦୁର୍ଗା ବିରାଜନ୍ତି ଦେଇ ଆଶିଷ

ୟେ ରଙ୍ଗର ଋତୁ ୟେ…।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics