STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ରଙ୍ଗିଲା ଦିଶଇ ଧରା

ରଙ୍ଗିଲା ଦିଶଇ ଧରା

1 min
258


ପୂଣ୍ୟମୟ ପର୍ବ ହୋଲି ଉତ୍ସବ

ଦୋଳରେ ବିଜୟ ରାଧା ମାଧବ

ପ୍ରେମରେ ହୋଇ ଉତ୍ତଳା

ରଙ୍ଗସ୍ନାତ ସର୍ବେ ନାହିଁ ଭେଦଭାବ

ରଙ୍ଗିଲା ଦିଶଇ ଧରା ।।


ରଙ୍ଗ ପିଚକାରୀ ହାତରେ ଧରି

ପୁରବାସୀ ଦେଖ ହୋଇଣ ମେଳି

ଭୁଲି ଯେତେ ରାଗ ହିଂସା

ଅବିର ଖେଳନ୍ତି ଆନନ୍ଦ ଚିତ୍ତରେ

ହସି ଉଠୁଅଛି ରସା ।।


ପତ୍ର ଗହଳରେ କୋକିଳ ବସି

କୁହୁ କୁହୁ ତାନ ଦିଏ ପରସି

ଭ୍ରମର ବଜାଏ ବୀଣା

ନୃତ୍ୟେରତ ଆଜି ସକଳ ଜନତା

ବଜେ ବିବିଧ ବାଜଣା ।।


ଚମ୍ପା, ନାଗେଶ୍ଵର, ଅଶୋକ କଳୀ

ଶିମୁଳି,ପଳାଶ ଆ‌ହା କି ନାଲି

କୁଷ୍ଣଚୂଡା ଫୁଟି ହସେ

ସୁରୁଚିର ଦିଶେ ପ୍ରକୃତି କିଅବା

     ଧରା ରେ ରଙ୍ଗ ବରଷେ ।।


ଗୋପପୁର ସମ ଦିଶେ ଅବନୀ 

ଗୋପାଳ ଗୋପିକା ମେଳରେ ପୁଣି

ରଙ୍ଗରେ ରଙ୍ଗେଇ ହୋଇ

ରଙ୍ଗ ଖେଳୁଛନ୍ତି ଦୃଶ୍ୟ ମନୋହର

        ରାଧା ସଙ୍ଗେ କି କହ୍ନାଇ ।।


ରଙ୍ଗ ମହୋତ୍ସବ ଅପୂର୍ବ ରସ

ରାଜରାଜେଶ୍ଵର ହୋଇ ସୁବେଶ

କୁଞ୍ଜେ ଦୋଳରେ ଝୁଲନ୍ତି

 ମଳୟ ପରସେ ମଧୁର ‌ସୁବାଷେ

       ସର୍ବେ ମୋଦେ ଝୁଲୁଛନ୍ତି ।।


ବସନ୍ତ ରୁତୁ ୟେ ଫଗୁଣ ମାସ

ବାସନ୍ତିକା ପୂଜା ବସନ୍ତ ରାସ

ମଧୁର ୟେ ରଙ୍ଗ ପର୍ବ

କବି କବିତା ରେ ବର୍ଣ୍ଣଇଁ କୋବିଦେ

ବୁଝିବ ୟେ ପ୍ରେମ ଭାବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍