STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

କେମିତି କହିବି କୁହ

କେମିତି କହିବି କୁହ

1 min
257


ମଉନାବତୀ ମୋ ନୀଳ ନୟନା ରେ କେମିତି କହିବି କୁହ

ମନ ଆଇନାରେ ଦିବସ ରଜନୀ ଦିଶେ ସଖୀ ତୋର ମୁହଁ

ଆଶା ଆକାଶରେ ପୁନେଇଁ ରାତିର ଯୋଛନା ବିଛାଇ ଦେଇ

ମୋ ମନ ଅଗଣା ରୂପେଲି ଆଲୋକେ ଆଲୋକତି କଲୁ ସହୀ ।।


ସେଦିନ ରାତିରେ ତୋ ବାହୁବନ୍ଧରେ ବାନ୍ଧି କଲୁ ଆନମନା

ଭୁଲି ଯାଇଥିଲି ଭାବ ବିହ୍ଵଳେ ମୁଁ ପାଲଟି ଗଲି ଖେଳଣା

ପ୍ରେମ ପ୍ରୀତି ପ୍ରଣୟର ଖେଳ ଖେଳି ଏବେ କରୁଛୁ ଛଳନା

କେମିତି କହିବି କହ ରେ ସଜନୀ ଆଜି ହୁଏ ବାଟ ବଣା ।।


ତୋ ପ୍ରତିକ୍ଷା ରେ ମୋ ଦିନ ସରିଯାଏ ମନ ମରି ମରି ଯାଏ

ଅଦିନ ମେଘୁଆ ଝଡ଼ ପବନ ରେ ନୀଡ ମୋ ଉଡ଼ାଇ ନିଏ

ମିଠା ସପନ ମୋ ଭାଙ୍ଗିଗଲା ଏବେ ତୁମ ଲେଉଟାଣି ପଥ

ଚାହିଁ ଚାହିଁ ଏବେ ଜଳକା ହେଲିଣି ସପନ କି ହେବ ସତ ।।


ସେଦିନ ରାତିର ମିଠା ସ୍ମୃତି ଯେତେ ମନ କରେ ଆନ୍ଦୋଳିତ

ଭୁଲିଗଲ ସିନା ଭୁଲି ମୁଁ ପାରୁନି ବଦଳେ ମୋ ଗତି ପଥ ।।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy