STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

କଲ ମୋତେ ଆନମନା

କଲ ମୋତେ ଆନମନା

1 min
212


ମନ ଆକାଶରେ କାଳିଆ ବାଦଲ ଦିଶୁନାହିଁ ବାଟ ଘାଟ

କି ଗୁଣି କରିଲ ନୂଆ ନାଗର ହେ ମନ ମୋ ହୁଏ ଉଚ୍ଚାଟ

ପ୍ରୀତିର ସୁନେଲି ସପନ ଦେଖାଇ କଲ ମୋତେ ଆନମନା

କହି ପାରୁନାହିଁ ସହି ପାରୁନାହିଁ ହୋଇଯାଏ ବାଟବଣା ।।


ସୀମାରେଖା ଡେଇଁ ଯାଇଥିଲି ପାଇ ତୁମର କୋମଳ ସ୍ପର୍ଶ

ମଉନରେ ଆଜି ଦିନ ମୁଁ କାଟଇ ହଜି ଯାଇଛି ମୋ ହସ

କିଏ ସେ ଶୁଣିବ କା ଆଗେ କହିବି ମନର ଅକୁହା କଥା

ମଉନତା ମୋର ହୃଦୟ ଜାଳଇ ମନେ ମନେ କେତେ ବ୍ୟଥା ।।


କାହିଁ କେତେ ଦୂରେ ମୋ ମନ ଦେବତା ଆଖି ମୋର ପାଉନାହିଁ

ଫୁଲ ସବାରୀରେ ବସିବା ସପନ ସପନରେ ଗଲା ରହି

ତୁମ ନିରବତା ଅସହ୍ୟ ଯନ୍ତ୍ରଣା ଜଳେ ମୋର ଅପଘନ

ସତେକିବା ତୁମେ ଭୁଲି ଗଲ ସାଥୀ ବୁଝେନା ବିରହୀ ପ୍ରାଣ ।।


ମଉନେ ତୁମର ମଉନାବତୀ ମୁଁ ଚାହିଁଛି ଫେରିବା ପଥ

ପ୍ରତୀକ୍ଷାରେ ଜ୍ଵାଳା ପ୍ରସମିତ କରି କୋଳେଇ ନେବ କି ମିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance