STORYMIRROR

Mahesweta Panigrahi

Romance Classics

4  

Mahesweta Panigrahi

Romance Classics

ହେ ଫଗୁଣ

ହେ ଫଗୁଣ

1 min
318

ଫଗୁଣ ହେ ଦୃଷ୍ଟିର ଅନ୍ତରାଳେ

କେତେ ବାଧାବିଘ୍ନ

ଆନମନା କଲା

ତୁମେ କି ଜାଣିଲ ଭଲେ

ଫଗୁଣ ହେ ତୁମ ଦୃଷ୍ଟିର ଅନ୍ତରାଳେ।


ଆସିଥିଲ ନେଇ ଫଗୁର ସମ୍ଭାର

ମତୁଆଲା ବାଆ ନେଇ,

ପ୍ରିୟତମ ସାଥେ ପୀରତି ସରାଗେ

ପ୍ରେମର କବିତା ଗାଇ।


କୁସୁମର ରାଗେ କୋକିଳ କଣ୍ଠରେ

ଅଭିମାନୀଟିଏ ହୋଇ,

ଭାବାବେଗ ସବୁ କାନିରେ ସାଉଁଟି

ଭାବିଥିଲି ଦେବି କହି।


ଏମିତି ଏମିତି ଚାଲିଗଲା ସିନା

ସାରା ଫଗୁଣଟା ମୋର,

ଫିକା ପଡ଼ିଗଲା ଫଗୁଣର ରଙ୍ଗ

କଥା ଥିଲା ବହୁ ଦୂର।


ତୁମ ଦୋଷ ନାହିଁ ମୁଁ ଏକା ବାଇ

ଅକୁହା ରହିଲା କଥା,

ବନ୍ଧନ ତୁମର ଥିଲା କ୍ଷଣକର

ଏବେ ତ ଘାରିଲା ଚିନ୍ତା।


ତୁମେ ଚାଲିଗଲ ନେଇ ଗଲ ସାଥେ

କହିବାର ଥିଲା ଯାହା,

ଅପେକ୍ଷାରେ କାଟେ ଆସିବ କି ତୁମେ

ପୁଣି ଥରେ ହୋଇ ନୂଆ।


ଫଗୁଣ ହେ ତୁମ ଦୃଷ୍ଟିର ଅନ୍ତରାଳେ

କେତେ ବାଧାବିଘ୍ନ

ଆନମନା କଲା

ତୁମେ କି ଜାଣିଲ ଭଲେ

ଫଗୁଣ ହେ ତୁମ ଦୃଷ୍ଟିର ଅନ୍ତରାଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance