STORYMIRROR

Satyabati Swain

Romance

4  

Satyabati Swain

Romance

ଫଗୁଣ ଲେଖୁଛି ଚିଠି

ଫଗୁଣ ଲେଖୁଛି ଚିଠି

1 min
539

ଫଗୁଣ ଲେଖୁଛି ଲହୁର ସ୍ୟାଇରେ

ପ୍ରିୟ ବସନ୍ତକୁ ଚିଠି

ତା ଆଖି ଆକାଶେ ଆଷାଢ଼ ଟଳମଳ

ଶୀତେ ଥରୁଛି ଦେହଟି।


କଥା ଥିଲା ଦିନେ ଶୀତ ଯିବ ଚାଲି

ପଠେଇ ମଳୟ ମିତ

ମିଠା ମିଠା ସୁରେ ମନକୁ ମୋହିବ

ଆମ୍ବ ଡାଳେ ପରଭୃତ।


ଚୋରା ଚଇତାଳି ମନକୁ ଚୋରେଇ

ହୃଦୟେ ଶିହରଣ ଦେବ

ଅବିର ନାଇ କୃଷ୍ଣ ରାଇ ଗହଣେ

ମନ ରଙ୍ଗେ ଗାଧୋଇବ।


ବିରହି ଫଗୁଣ ମୁହଁକୁ ଫୁଲେଇ

ଶୋଇଅଛି ମୁହଁ ମାଡି

ଝୁରୁଛି ପରାଣ ମଧୁ ମାସ ସ୍ପର୍ଶ

ଖୋଜୁଛି ସପନ ପେଡ଼ି।


ଶୀତ ତ ଗଲାନି ଚୁକ୍ତି ଅନୁଯାୟୀ

ବରଷା ଆଣିଲା ଡାକି

ମିଳନ ଋତୁଟି ଏକାନ୍ତେ ଖୋଜୁଛି

କାହିଁ ଗଲା ବସନ୍ତଟି।


ଗୋଟିଏ ଆସନ ଟଣା ଟଣି ଲାଗେ

କ୍ଷତାକ୍ତ ଫଗୁଣ ଦେହ

ସଜଡ଼ା ସପନ ଉଜୁଡି ଆକ୍ତାମାକ୍ତା

ଅନ୍ତରେ ଉଠେ ତା କୋହ।


ଆମ୍ବ ବଉଳ,ଚଣା,ଖୁସି,ପିଚକାରୀ

ଚାତକ ପରାଏ ଚାହିଁ

ଅଧୀରେ ଖୋଜନ୍ତି ପ୍ରିୟ ବସନ୍ତକୁ

ଦୋଳରେ ରାଧା କହ୍ନାଇଁ।


ହେ ପ୍ରିୟ ବସନ୍ତ ଆସ ଗୋ ତୁରିତ

ଅପେକ୍ଷା ନୁହଁଇ ଆଉ

ତଵ ଆଗମନେ ଫଗୁଣ ମନ ପ୍ରାଣେ

ସବୁଜିମା ପୁର୍ଣ୍ଣ ହେଉ।


ନବ କିଶଳୟେ ବିମଣ୍ଡିତ ହେବାକୁ

ସବୁଜ ପିଆସି ହୋଇ

ଚିଠି ପାଇଁ ପ୍ରିୟତମ ତୁରନ୍ତ ଆସିବ

ଉଛୁର କରିବ ନାହିଁ

ତୁମ ବାଟକୁ ରହିଛି ଚାହିଁ ।

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance