STORYMIRROR

Satyabati Swain

Classics

4  

Satyabati Swain

Classics

ଅଣଲେଉଟା

ଅଣଲେଉଟା

2 mins
33

ଆଜି ଜହ୍ନରେ ଆମ ପାଦ।

ଭାରି କିନ୍ତୁ ମନେ ପଡେ

ଜହ୍ନ ସଂଗେ ପ୍ରତିଯୋଗିତା କରୁଥିବା ମନ

ଆମ ଗାଆଁରେ ଗୋଟେ 

ମାମୁଁ ଘରେ ଆଉ ଗୋଟେ ଜହ୍ନର ଭ୍ରମ 

ସୃଷ୍ଟି କରୁଥିବା ମୋ ପିଲାଦିନ,

ରବିବାର ଖୁଦୁରୁକୁଣୀ ଓଷା

ଭୋଅର କାଳି ଅନ୍ଧାରରୁ 

ନଗି ଓ ଚାଙ୍ଗୁଡିକୁ ସାଥୀ କରି

ବ୍ରାହ୍ମଣ ବାଡ଼ିକୁ ଯାଇ ଡରି ଡରି ଫୁଲ ତୋଳା

ସେଠି କାଳେ ପଞ୍ଚୁଆ ନନା ଜୀଅନ୍ତା ପୋତା ହୋଇଛନ୍ତି !

ଭୟ ଏବଂ ଫୁଲ ଏକାନ୍ତ ପ୍ରାପ୍ତିର ଇପ୍ସା ସହ

ଲଢେଇ କରି

ଜିତିବାର ଖୁ ଗୋଟେ ଲମ୍ବା ନିଃଶ୍ଵାସ

ଆଶ୍ୱସ୍ତ ଦିଏ ପିଠି ଥାପୁଡ଼ାଇ।


ଭଗନ ପୋଖରୀରେ ପଶି କଇଁ

ଫୁଲ ତୋଳା

କଳା କଇଁ ବେଣ୍ଟ ଗୋଟେ ପାଇଗଲେ

ରାଜ୍ୟଟିଏ ପାଇବା ପରି ଖୁସି ଛୁଇଁବା

କଇଁ ଫୁଲ ଚାନ୍ଦୁଆ କରି ଟାଙ୍ଗିବା

ଢ଼ିଙ୍କିଶାଳ ଲିପି ଝୋଟି ପକାଇ

ଅରଖ ଫୁଲ ଓ ସାରୁ ପତରରେ

ମାଳଚୂଳ କରି

ମଙ୍ଗଳା ମାଆଙ୍କୁ ଥାପିବା

ଓଷା କରିବା ବିଶ୍ୱାସଟି

ମହଣେ ଖୁସିରେ ଓଦା କରିବା

ଆକାଶରେ ଇନ୍ଦ୍ରଧନୁ ଦେଖି ଆନନ୍ଦେ ବିଭୋର

ଢଙ୍ଗରେ ତାଳି ମାରି ନାଚିବା।


ସୁର ତାଳ ଲୟ ନୁହେଁ

ଭକ୍ତିରେ ଲହରେଇ

ବନ୍ଦେଇ ଦେବ ଜଗନ୍ନାଥ ବୋଲିବା

ଗାଁ ଝିଅ ଏକାଠି ହୋଇ ସମସ୍ତ ଭୋଗ

ଗୋଟିଏ ଡାଳାରେ ଗୋଳାଇ ବାଣ୍ଟିବା

ପୁଅ ପିଲାମାନେ ଦୁଇଥର ନେଇ ବି

ନେଇନି କହି ପୁଣି ଭୋଗ ନେବା

ମିଛୁଆ କହି ମାନୁନାନୀ

ମନୋଜ ଭାଇଙ୍କୁ ବେଶିକି ଟିକେ

ଭୋଗ ଦେବା ଦେଖି ଚିନାନୀ ଓ ପିନାନୀ

ଚୁମୁଟା ଚୁମୁଟି ହୋଇ ମୁଚୁକୁନ୍ଦିଆ

ହସ ହସିବା 

ଆମ ପିଲାମାନଙ୍କ ପାଇଁ

ଅବୁଝା ନଳ ଗଣିତ ପରି।


ସବୁତ ସାଇତା ମନସିନ୍ଦୁକ 

ଏବଂ ହୃଦ ଫରୁଆରେ

ହସେ ଲାଗେ ନିଜର ଗୋଟେ ଗୋଟେ

ପାଚିଲା କେଶ ଦେଖି

ଏବେ ଆଇନାରେ

ମନ କୁହେ ରେ ସମୟ! ଦିଅନ୍ତୁନି

ସେଇ ନିର୍ଭେଜାଲ

ଜୀବନ ଓ ସରଳ ପଣରୁ ଟିକିଏ!

ମାତ୍ର ହାୟ!ଏବେ ପା ମୋ ଗୋଡ଼ 

ଶେଷ ଆଡକୁ କେହି

ଟାଣି ନିଏ!

ସତରେ ଭାରି ଦୃଷ୍ଟ ଓ ନିଷ୍ଠୁର ସିଏ

ଯୌବନ ଦେଇ ମୋଠୁ 

ମୋ ପିଲାଦିନ ନେଲା ଯିଏ

ଯୌବନ ନେଇ ଏବେ ପୌଢ଼ତ୍ୱ

ଅଯାଚିତ ଅଜାଡି ପକାଏ !


ହୁଏତ ଆଉ କିଛି ଦିନ

ହେଇପାରେ କିଛିଟା ମୁହୂର୍ତ୍ତ ମଧ୍ୟେ

ମୁଁ ହୋଇ ଯାଇ ପାରେ ଶେଷ

ସବୁ କିନ୍ତୁ ଛାଡି ଯିବି

ମୋ ଲୁହ କୋହ ମୋହ

ତୁମଠାରୁ ତୁମେ ଦେଇଥିବା

ଯେତେ ସବୁ ଅସରନ୍ତି ଶୋଷ

ଡଙ୍କେଇ ଯାଇଥିବା

ତୁମକୁ ନେଇ ଯେତେ ଶାଖା ପ୍ରଶାଖା ସମ୍ପର୍କ ,ପ୍ରେମ

ସବୁ ଏଇଠି ଛାଡ଼ିଦେଇଯିବି

ଏମିତି ତୁମକୁ ବି

ଅଣଲେଉଟା ପାଦ ଥାପି

ସେଦିନ ବି ଉତ୍ସବ ମୁଖର ହେଉଥିବ

ମୋ ଚାରିପାଖ

ଜହ୍ନ ତାରା ସଙ୍ଗେ ତୋଳିବି ଯେ ଘର।


*Satyabati, swain, balikuda,jagatsinghpur


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics