ବନ୍ଧ ବନ୍ଧନ
ବନ୍ଧ ବନ୍ଧନ
ବନ୍ଧଟିଏ
ବନ୍ଧନଟିଏ
ବାନ୍ଧିବାକୁ
ବାଧ୍ୟ ହୁଏ
ଯେଣୁ
ତାଙ୍କ ସହ ଭାଗ୍ୟ ଯୋଡ଼ାଯାଏ
ସେମାନେ କୁହନ୍ତି
ଯୋଡି କୁଆଡେ
ଉପରୁ
ସ୍ଥିର ହୋଇଥାଏ !!
ଯିଏ ସ୍ଥିର କଲା
ସେ କେମିତି ଦୁଇ ବିପରୀତ
ମଣିଷଙ୍କୁ
ଏକାଠି ଯୋଡ଼ିଲା !
ଏ ପ୍ରଶ୍ନ ତାଙ୍କୁ
ପଚାରିଦେବାକୁ
ଭାରି ମନ ହୁଏ
ଭାରି ରାଗ ବି ହୁଏ।
କିନ୍ତୁ କେଉଁ ପଚାରି ହୁଏ !!
ଏଇ ମ ଆମ ଚାରିପାଖ କୁହନ୍ତି
କାଳେ ଆମର ଭାଗ୍ୟ ଇଏ !
ଭାଗ୍ୟକୁ ଆଦରି
କୋକେଇର ଅପେକ୍ଷା
ପବନ ଟିକକ ପବନରେ ମିଶିବା ଯାଏ
ଯେହେତୁ ସଂସାର ଇଏ
ବନ୍ଧର ବନ୍ଧନ ମୋହଟିଏ।
Satyabati Swain
