ମୁଗ୍ଧ ମୋହ
ମୁଗ୍ଧ ମୋହ
ଏ କେଉଁ ଆକାଶ ତଳ
ମାଟି ଯହିଁ ମୁକୁଳା ଜୀବନ
ମହ୍ଲାରେ ବିମୋହିତ!
ଝରଣା ବି ଗଜଲ ଗାଏ
ମଜ୍ଜି ହଜାଇ ନିଜର ଅସ୍ତିତ୍ୱ!
କିଏ ତୁମେ
ବିଶ୍ୱ କାରିଗର!
କେମିତି ତୁଳୀ ତୁମ
କେତେ କାଳ ଚିନ୍ତା କରି
ସୃଜିଛ ମର୍ତ୍ତେ ଏ ଅପୂର୍ବ ସୁଷମା ରାଜି!!
ତନୁ ମନ ପୁଲକିତ
କୁରେଇ ଫୁଲ
ହୋଇଯାଏ ହୃଦ
ଲୋଡ଼ା ଉଡିବାକୁ
ଟିକିଏ ଆଶାର ଆକାଶ
ଭିଜେଇ ଦେବାକୁ ଆତ୍ମା।
ହେ ଜୀବନ!
ଇପ୍ସା ମୋର
ଝରଣା ପରି
ଗାଉ ମଧୁର ସଙ୍ଗିତ;
ମୁଁ ବି ହଜିବାକୁ ଚାହେଁ
ତୁମ ପ୍ରଶସ୍ତ ବୁକୁରେ
ପ୍ରିୟତମ ତୁମେ ମୋର
ଚିର ସବୁଜ ପ୍ରକୃତି ମିତ।
Satyabati Swain
