STORYMIRROR

Satyabati Swain

Classics

4  

Satyabati Swain

Classics

ଡର

ଡର

1 min
24

ବେଳେବେଳେ ବାଁ ପଟେ
ଯେଉଁ ମେସିନ୍ ଟା ଲାଗିଛି
 ଅନବରତ ଧକ୍ ଧକ୍ ହୋଇ
 ଆମେ ଜୀବତ
 ଆମର ଗୋଟେ ପରିଚୟ ଅଛି ବୋଲି
 ପ୍ରମାଣ ଦେଉଛି
କେଜାଣି ଏତେ ଓଜନିଆ ଲାଗେ
 ଫାଟି ଯିବକି ଏଇଲେ
ଫାଟିବା ଦରଦ ଯନ୍ତ୍ରଣା ତ ଦିଏ କିନ୍ତୁ ଫାଟେ ନାହିଁ କାହିଁକି ?

 ବଡ଼ ବଡ଼ ଗହିରିଆ ପ୍ରଶ୍ୱାସ ଭିତରକୁ ଯାଏ
 ଲମ୍ବା ଲମ୍ବା ନିଃଶ୍ଵାସ
ବାହାରକୁ ବାହାରି ଆସେ
ଅସ୍ତ ବ୍ୟସ୍ତ ଲାଗେ
ଏ ଦୁନିଆଁ
 ଏ ଜୀଇଁବା
ଏ ଭିତର ବାହାର ଚାରିପାଖ
କିଛି ବି ଭଲ ଲାଗେ ନାହିଁ।

 ହେଇ ଅଇଲା ଲୋ
ଡାହାଣୀ ପିତାଶୁଣି ଚିରିଗୁଣି ଭୂତ...
ତାର ଏଡ଼େ ଏଡ଼େ ଦାନ୍ତ ଏଡ଼େ ଏଡ଼େ ନଖ
ଝାମ୍ପୁଲା ମୁଣ୍ଡି ହେଇ ସେଇ ଯେଉଁ
ଅନ୍ତୁରୀ କଣା ଦଣ୍ଡା ଖଜୁରୀ ଗଛ
ସପ୍ତଫେଣି ବୁଦା
ସେଇଠୁ ଅଇଲାଆ
ଶୋଇପଡ,
ଖାଇଦେ,
କାନ୍ଦେନା
କହି ଯେମିତି ଡରାଉଥିଲେ ପିଲା ବେଳେ
 ଆଉ ସତକୁ ସତ ଆମେ ଛାନିଆଁରେ ଶୋଇପଡୁଥିଲେ
 ଖାଇ ଦେଉଥିଲେ
କାନ୍ଦ ବନ୍ଦ ବି ହୋଇ ଯାଉଥିଲା।

 ଏବେ ଯଥେଷ୍ଟ ବୟସ ହୋଇଛି ଆମର
 ଏସବୁକୁ ଜମା ଡରୁ ନାହୁଁ
 କିନ୍ତୁ କେହିତ ଡରାଉଛି ଆମକୁ
 ଯାହା ପାଇଁ ନିଦ ହଜି ଯାଉଛି
 ପାଟିକୁ ଗୁଣ୍ଡା ଯାଉନି କି
କାନ୍ଦ ବନ୍ଦ ହେଉନି
ଆହା ଏ ଡର ପିଲା ଦିନ ପରି ନ ଡରେଇ
ଏମିତି କଲ ବଲ କରି ଡରାଉଛି କାହିଁକି?? *Satyabati swain,balikuda,jagatsinghpur*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics