STORYMIRROR

Ashok Kumar Pradhan

Classics

4  

Ashok Kumar Pradhan

Classics

ହୃଦୟର ସ୍ପନ୍ଦନ—@shok

ହୃଦୟର ସ୍ପନ୍ଦନ—@shok

1 min
23K

ହୃଦୟ ଏକ ଭଗ୍ନ ସ୍ତୁପ, 

ସମସ୍ତ ଆଶା ଆକାଂକ୍ଷା ଚୁରମାର

ଛାତିର ସ୍ପନ୍ଦନ ଦ୍ଵିଗୁଣିତ, 

ଏକ ଅଦେଖା ଭୟକୁ ସାମ୍ନା କରି

ହୁଏ ସ୍ଥାଣୁ ସ୍ଥବିର ;

ଚିକିତ୍ସାଳୟର ଶଯ୍ଯା ସାକ୍ଷୀ 

ସାକ୍ଷୀ ଅଛି ମର୍ତ୍ତ୍ୟର ଦେବଦୂତ, 

ଗଳାରେ ଲମ୍ବା ସ୍ଟେଥୋସ୍କୋପ୍ 

ଅନବରତ ମାପି ଚାଲିଛି ଧମନୀର ସ୍ପନ୍ଦନକୁ

କେବେ ହତାଶାର ଭାବ 

ପୁଣି ନୈରାଶ୍ଯର ଭାବ ଭଙ୍ଗୀ

ଶେଷରେ ଉପର ବାଲାକୁ ହାତ ଟେକି 

ଜଣାଏ ସମର୍ପଣ ଭାବ, 

ହେ ଆଲ୍ଲା ହେ ଯୀଶୁ ହେ ଈଶ୍ବର

ତୁମେ ହିଁ ସର୍ବଶ୍ରେଷ୍ଠ ସ୍ରଷ୍ଟା 

ତୁମ ଅଜାଣତେ ଗଛରୁ ପତ୍ର ଝଡେନା, 

ସୃଷ୍ଟିର ଶ୍ରେଷ୍ଠ ଜୀବ ପାଇଁ ଏ କି ଅବିବେକ

ପୁଣି ଅବତୀର୍ଣ୍ଣ ହୂଅ, 

ଧାରଣ କର କବଚ କୁଣ୍ଡଳ ମୁକୁଟ

ସୁଦର୍ଶନକୁ ଆବାହନ କରି 

ଛେଦିଦିଅ ଅକାଳ ମହାମାରୀର ଶିରସ୍ତ୍ରାଣ

ଘନ ତିମିରକୁ ଚିରି ଫୁଟିଉଠୁ ଉଷାର ଆଲୋକ, 

ସୁଖର ସଂସାରରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics