STORYMIRROR

Ashok Kumar Pradhan

Abstract Inspirational

3  

Ashok Kumar Pradhan

Abstract Inspirational

ହିମ ବୀର

ହିମ ବୀର

1 min
41


ହିମାଳୟ ର ହିମ ଆଚ୍ଛାଦିତ

ବରଫ ମାଳାରେ, 

ଜାଡୁଆ କାଲୁଆ କାଠୁଆ 

ହିହ ହେମାଳରେ ll


ଶତୃ ପକ୍ଷର ରଣନୀତି କୁ

ସର୍ବଦା ନିରୀକ୍ଷଣ, 

ଶରୀରର କ୍ଲାନ୍ତି ଅବସନ୍ନତାରୁ

 ବିରତ ଅନୁକ୍ଷଣ ll


ଦେଶ ମାତୃକାର ସ୍ଵାର୍ଥ ପାଇଁ 

ନିଜର ଜୀବନ, 

ବଳି ଦେଇ ଅବା ରଖେ 

ଜାତିର ମାନ ll


ବହୁ ବାଧାବିଘ୍ନ ଅତିକ୍ରମ କରି 

ଜାଗ୍ରତ ପ୍ରହରୀ, 

ସୁଖ ନିଦ୍ରା ଯାଉ ଆମେ ତାଙ୍କ 

ତ୍ୟାଗ ଅସୁମାରୀ ll


ମାଆର ପଣତ ଛାଡି 

ଦେଶ ପାଇଁ ଲଢ଼େ, 

ହିମ ଗିରି ର ହିମ ଆଚ୍ଛାଦନେ

ଶରୀରରୁ ଲହୁ ନିଗାଡେ ll


କେତେ ମାଆ ର ଆଶିଷ ତା 

ଉପରେ ଅଜାଡେ, 

ଶୀତ ଅବା ଗ୍ରୀଷ୍ମ କାଳେ 

ବର୍ଷାକୁ ନ ଡରେ ll


ବିଶାଳ ବପୁ ଦେଖି ବଇରି 

ମନରେ ଛନକା, 

ଲଢିବ ଜିତିବ ଶେଷ ବିନ୍ଦୁ ରକ୍ତ 

ଥିବା ଯାଏ ଏକା ll


ବୀରତ୍ୱ ର ସର୍ବଶ୍ରେଷ୍ଠ 

ସମ୍ମାନ ବି ମିଳେ, 

ଶହୀଦ ହୋଇ ଗର୍ବ କରେ 

ଏ ମାଆ ମାଟିରେ ll


ହିମ ବୀର ଆଖ୍ୟା ମିଳେ 

ମୋ ଦେଶ ସଇନେ, 

ଜାତି ଇତିହାସେ ଲେଖା 

ନାମ ତା ଅମ୍ଳାନେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract