ତାଲାବନ୍ଦ ଓ ଜୀବନ
ତାଲାବନ୍ଦ ଓ ଜୀବନ


ବିଶ୍ଵ ଆଜି--
କରୋନା କବଳରେ କବଳିତ,
ଅଜଣା ମୃତ୍ୟୁର ଯନ୍ତ୍ରଣାରେ ଜର୍ଜରିତ
ସୁଖ ନା ଶାନ୍ତି ;
ଜନଜୀବନ ଅସ୍ତବ୍ୟସ୍ତ ll
ବଞ୍ଚିବା ମୁସ୍କିଲ୍ ଏଠି,
ପ୍ରତି ମୁହୂର୍ତ୍ତରେ ଗୃହ ବନ୍ଦୀ
ଉପହାସ୍ଯ କରେ, ଧିକ୍କାର କରେ ;
ମାନବର ଦାନବ ପଣିଆର -
ଧୃଷ୍ଟତା ରୁ ସୃଷ୍ଟ ଆତଙ୍କ ଭୟରେ ll
କାଳର କରାଳ ଛାୟାରେ ସନ୍ତାପିତ,
ଗୃହବନ୍ଦୀ, ତାଲାବନ୍ଦ ଘୋଷଣାକୁ ଫୁ କରି....
ଉଡାଇ ଦିଏ ଜନତା
ନ ହେଲେ ମୃତ୍ୟୁ ସୁନିଶ୍ଚିତ ll
ଅର୍ଥନୀତି ବିଗିଡ଼ି ଗଲାଣି
ଅଭାବ ମାଡି ଆସିଲାଣି ;
ଦାରିଦ୍ର୍ୟ ବେକାରୀ ତାତ୍ସଲ୍ୟ କରେ-
ଇଙ୍ଗିତ କରେ ଦେଶର ପ୍ରଗତିକୁ ll
ଶିକ୍ଷାର୍ଥୀଙ୍କ ଭାଗ୍ୟ ସୂତା ଖିଅରେ,
ବସ୍ତାନି ଝୁଲୁଛି କାନ୍ଥ କଣ୍ଟାରେ
ମୋବାଇଲ ରେ ଅନଲାଇନ ପାଠ ;
ଅର୍ଦ୍ଧେକ ସମୟ ୟୁ ଟ୍ୟୁବରେ ll
ଯାନିଯାତ୍ରା, ମେଳମହୋତ୍ସବ,
ବିଭା ବଡପଣ ସବୁ ବନ୍ଦ;
ସାମାଜିକ ଶୃଙ୍ଖଳା ଦିଗହରା
ମନସ୍ତାପରେ ଆତ୍ମହତ୍ଯା ବଢି ଚାଲିଛି ll
ଡାକ୍ତର ଶିକ୍ଷକ ସେବିକା ପୋଲିସ
ନିରବିଚ୍ଛିନ୍ନ କାର୍ଯ୍ୟରତ,
ଏକ ଅଦେଖା ଯୁଦ୍ଧର ସୈନିକ
ନା ଅଛି ପ୍ରତିଷେଧକ, ଖାଲି ଆତ୍ମବିଶ୍ବାସ-
ବିଶ୍ଵ ଜିତିବ କରୋନା ହାରିବ ll