STORYMIRROR

Ashok Kumar Pradhan

Classics Fantasy

3  

Ashok Kumar Pradhan

Classics Fantasy

ପହିଲି ରଜ

ପହିଲି ରଜ

1 min
215

ପହିଲି ଉଷାର ମଙ୍ଗଳ ଆହ୍ଵାନେ ଆଗନ୍ତୁକ ରଜପର୍ବ,

ପରମ୍ପରା ସହ ସଂସ୍କୃତି ଶୋଭିତ ସାରା ଓଡିଶାର ଗର୍ବ ll

ପହିଲି ରଜ ରଜ ସଂକ୍ରାନ୍ତି ଉତ୍ତାରେ ଆସଇ ଭୂମି ଦହନ,

ଅନ୍ତିମ ଦିବସେ ରଜସ୍ବଳା ଧରା କରେ ବସୁମତି ସ୍ନାନ ll


ବୀଜ ବପନରେ କ୍ଷେତ୍ର ପ୍ରସ୍ତୁତି ରେ ଚାଷୀ ପୂଜେ ବସୁମତି,

ନବ ଶସ୍ଯ ଜନ୍ମ ସାଙ୍କେତିକ ଚିହ୍ନ ହଳଲଙ୍ଗଳ ପୂଜନ୍ତି ll

ମିଠା ପୋଡ଼ପିଠା ପାନଖିଆ ସାଥେ ରଜ ଦୋଳି ପୁଚି ଖେଳ,

ଅଭିଆଡ଼ି ଶିଖେ ସଣ୍ଠଣା ସଂହିତା ସଂସାରର ଜଞ୍ଜାଳ ll


ଭୂମି କର୍ଷଣରୁ ବିରତି ପ୍ରାୟେ କଟାବଟାରୁ ରିହାତି,

କୁଆଁରୀ କନିଆଁ ସଂସାର କାଇଦା ପ୍ରାଥମିକତା ପ୍ରସ୍ତୁତି ll

ରଜସ୍ଵଳା ନାରୀ ଅସ୍ପୃଶ୍ୟ ପ୍ରାୟେକ ଗୋପନେ ଅନ୍ତେ ବାସ,

ଭୂଇଁରେ ନ ଚାଲି କଠାଉ ଖୋଳପା ପାଦେ ଅଳତା ଶୃଙ୍ଗାର ରସ ll


ଆଧ୍ୟାତ୍ମିକତାର ଶୀର୍ଷସ୍ଥାନେ ରହେ ଧରିତ୍ରୀ ମାତାର ପୂଜା,

ସୃଜନ କ୍ଷମତାଶିଳା ବସୁମାତା ପାଳେ ତାହାର ପରଜା ll

ମେଘ ସାଥେ ମାଟିର ମିଳନ ସମ୍ଭୋଗେ ଶ୍ରେଷ୍ଠ ମାସ,

ବିରହ ଯକ୍ଷ ପ୍ରେରିତ ଚିଟାଉ ମେଘ ନିଏ ପ୍ରିୟା ପାଶ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics