STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ଫିକା ଲାଗେ =======

ଫିକା ଲାଗେ =======

1 min
11K

ଆଜି ଦିଶୁନି ତୁମ ରକ୍ତିମ ଅଧରରେ 

ଗାଢ଼ ଲାଲି ଲିପଷ୍ଟିକ୍ ର ରଙ୍ଗ 

ବାସୁନି ତୁମ ଦେହରେ ଅପୂର୍ବ ଅତରର ସୁଗନ୍ଧ 

ଦୋଳି ପାଖେ ନାହିଁ ତୁମ ଉପସ୍ଥିତି 

ନାହିଁ ସେ ଚପଳ ହରିଣୀ ପଲକ


ତୁମେ ନାହଁ ବୋଲି ଫିକା ଲାଗୁଛି 

ନା କିଛି କରିବାକୁ ଇଚ୍ଛା ହେଉଛି 

ତଥାପି ତୁମକୁ ଚାହିଁ ବସିଛି 

ମିଛ କୁ ବସି ତାସ୍ ଖେଳୁଛି 

ଅଜାଣତେ ଆଖି ଖୋଜି ଚାଲୁଛି


ମିଠା ପିଠା ପାନ ଖିଆ ଅଧୁରା ଅଛି 

ତୁମ ସାନ୍ନିଧ୍ୟରୁ ବିଧୁରା ଅଛି 

ନଖରେ ଗାର କାଟି ସଂକେତ ଦେବା 

ଦେଖେଇ କରି ଇସାରା ଦେବା 

ସବୁ ଅନୁଭବ ଫିକା ଲାଗୁଛି


ପହିଲି ଆଷାଢ଼ ବରଷା ଝଡ଼ି 

ହାଲକା ପବନେ ଉଡୁଛି ଶାଢୀ 

ଆଢୁଆଳେ ଥାଇ ଦେଖେ ଉହୁଙ୍କି 

ମୋ ଭଳି ତମେ ଭାବୁ ନାହଁ କି

ରଜ ସଜ ଯେବେ ଫାଙ୍କା ପଡ଼ିଛି 

ମୋ ପ୍ରେମ ଏକା ତାଜା ରହିଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance