ସୁଖ ବୋଧ
ସୁଖ ବୋଧ


ସମୟ ସହିତ ତାଳ ଦେଇ
ଚାଲି ପାରିଲିନି ବୋଲି ତ
ଆଜି ମୁଁ ଉପେକ୍ଷିତ
ଅବହେଳିତ ଉଦବେଳିତ
ପୁଣି ଅବାଞ୍ଛିତ ll
ସନ୍ଦେହୀ ପ୍ରେମିକା ର
ପ୍ରେମରେ ଜର୍ଜରିତ
ଭୁଲ ଠିକଣାରେ ଅପହଞ୍ଚ
ଚିଠିଟା ପରି ପକ୍ଷାଘାତ
ସାଥିରେ ମର୍ମାହତ ll
ସଞ୍ଜରୁ ସକାଳ ଯାଏ
କଳ୍ପନା ବିଶ୍ଵାସୀ ହୋଇ
ଘୁରି ବୁଲିବା ଛଡା
ଉପାୟ ବି ନାହିଁ କିଛି କରିବାକୁ
ଠିକଣା ଥିଲେ ତ
କହିପାରିବି କେଉଁଠି
ମୋହର ଅବସ୍ଥିତ ll
ସମସ୍ତଙ୍କ
ଇଚ୍ଛା ପୂରଣ କରିବାକୁ ଯାଇ
ଏକ ପ୍ରଶ୍ନବାଚୀ ସୃଷ୍ଟି
ଭଙ୍ଗିଳ ମନରେ ତିରସ୍କାର ର ପ୍ରତିଧ୍ୱନି
ନିର୍ବାସନ ନୂହେଁ ବେଶୀ ଦିନ
ପରିବାର ରୁ ବହିଷ୍କୃତ ll
କଠୋର କର୍ତ୍ତବ୍ୟ ର ଦ୍ୱାହି
ଗୋଡକୁ ପଛ ରୁ ଟାଣୁଛି
ତା ଆଗେ ସ୍ନେହ ସମ୍ପର୍କ
ଭାଇ ଭଗିନୀ ମାୟା ମମତା
କାହାକୁ କରେନା ସ୍ଥାନିତ ll
ଅସ୍ତିମିତ ସୂର୍ଯ୍ୟ ପ୍ରାୟେ
ବୁଡିଯିବା ଆଶଙ୍କା କୁ ଏଡ଼ାଇ
ଜୀବନ ଯାତ୍ରାକୁ ହୃଦୟଙ୍ଗମ
କରିବାର ପ୍ରତୀକ
ହେଉଛି ସୁଖବୋଧ l