STORYMIRROR

Ashok Kumar Pradhan

Abstract Inspirational

3  

Ashok Kumar Pradhan

Abstract Inspirational

ଉତ୍କଳମଣି

ଉତ୍କଳମଣି

1 min
50


ପୁଣ୍ୟ ଶ୍ରୀକ୍ଷେତ୍ର ସୁଆଣ୍ଡୋ ଗ୍ରାମେ 

ଉଦିତ ରକ୍ତ ତପନ, 

ଭାରତ ଭୂଖଣ୍ଡେ ଉତ୍କଳ ପ୍ରଦେଶେ

ଉତ୍କଳମଣି ନାମ ll


ପରହିତେ ପ୍ରାଣ ସଦା କାନ୍ଦୁଥାଇ

ସ୍ଵାର୍ଥ କୁ କରି ନିହତ, 

ଗାନ୍ଧୀ ନୀତି ବାଦୀ ଖଦଡ ପିନ୍ଧି 

ଦୀନ ଦୁଃଖୀ ସେବାରତ ll 


କୁଚକ୍ରୀ ଚକ୍ରାନ୍ତ ଭାଷାର ବିଲୋପ 

ଥିଲେ ତୀବ୍ର ପ୍ରତିବାଦୀ, 

କର୍ତ୍ତବ୍ଯ ବୋଧିନୀ ସମିତି ଆହ୍ଵାନେ 

ଭାଷା ଜାତି ପ୍ରାଣସ୍ପନ୍ଦୀ ll


ଜାତିର ବାର୍ତ୍ତା ପ୍ରଚାର ପ୍ରସାରେ 

ସମାଜ ପତ୍ରିକା ସ୍ରଷ୍ଟା, 

କାରାଗାରେ ରଚି କାରାକବିତା 

ବନ୍ଦୀର ଆତ୍ମକଥା ll


ମହା ନାୟକର ମହା ଅବସାନ 

ଓଡ଼ିଆ ଜାତିର କ୍ଷୟ, 

ଜାତି ଇତିହାସ ଅମରାକ୍ଷରେ

ଲିପିବଦ୍ଧ ପରିଚୟ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract