STORYMIRROR

Sumitra Nayak

Abstract Inspirational

4  

Sumitra Nayak

Abstract Inspirational

ରଙ୍ଗଣୀ ଦୁନିଆ

ରଙ୍ଗଣୀ ଦୁନିଆ

1 min
334

ରଙ୍ଗଣୀ ଦୁନିଆ ଆସର ରଙ୍ଗଣୀ

ସରବେ ରଙ୍ଗା ରଙ୍ଗ ଗରବ କିଣି ଯେ,,,

ଦେହରେ ନଟ ପଟ ରଙ୍ଗଣୀ ବସ୍ତ୍ର

ସର୍ବ ମନେ ଲେପା ଭାବ କୁର୍ତ୍ସିତ ଯେ... ।


ଗରବ ଗାରିମାର ମଲାଟ ପିନ୍ଧି

ହିଂସା ଇର୍ଷା ରଙ୍ଗ ବସନ ଛନ୍ଦି ଯେ,,,

ସର୍ବେ କରନ୍ତି ନାଟ ବାହୁଲ୍ୟ ଘେନି

ସରଳର ମୁଖଟା ମୁଖରେ ଆଣି ଯେ.... ।


ମଞ୍ଚେ ରଙ୍ଗ କ୍ରୀଡନ୍ତି ଶ୍ରେଷ୍ଠ ମାନବ

ରଙ୍ଗ ପରିବର୍ତ୍ତନ ତାଙ୍କ ସ୍ୱଭାବ ଯେ,,,

ସ୍ଵଭାବର ଭାବ ସମେ ଦେଖାନ୍ତି

ଐଶର୍ଯ୍ଯକୁ ବଳିଷ୍ଠ ଶ୍ରେଷ୍ଠ ମଣନ୍ତି ଯେ... ।


ମାନବିକତା ଧର୍ମ ସଞ୍ଚିତ ଅର୍ଥେ

ଧର୍ମ କର୍ମ ମହାନ କର୍ତ୍ତବ୍ୟ ପଥେ ଯେ,,, 

କର୍ମ ଶ୍ରେଷ୍ଠ ଐଶର୍ଯ୍ଯ ଜୀବନ ରଣେ 

ହୃଦେ ଦୟା ଭାବକୁ ଥାଅ ସଞ୍ଚିଣ ଯେ..... ।


କର୍ମମୟ ଜୀବନେ ସତ୍ୟରେ ରଙ୍ଗ 

ଅସତ୍ୟ ଆଚରଣ କରିବ ଭଙ୍ଗ ଯେ,,, 

ଅବାସ୍ତବ ଜୀବନେ ମୋହ ଆଦରି 

ଚ୍ଛିନ୍ନ କର ସଦୟେ ହୃଦ ନିସ୍ତାରି ଯେ.... ।


ଦୟା ଭାବ ଭବ୍ୟ ଆସ୍ତରଣ ରଖ 

ନିର୍ମଳ ଭାବମୂର୍ତ୍ତି ଗଢ଼ିବା ଶିଖ ଯେ,,, 

ଶିକ୍ଷା ଯୋଗ୍ୟ ସମୟ ବରିଷ୍ଠ ଗୁରୁ 

ଧୀର ଆର୍ତ୍ତନାଦରେ ଶିଖିବ ଦୂରୁ ଯେ.... ।


ସମୟେ ଦାସ ସର୍ବେ କାଷ୍ଠ କଣ୍ଢେଇ 

ନୃତ୍ୟ ସଂରଚନା ଡୋରି ହସ୍ତେ ନେଇ ଯେ,,, 

ଜୀବନ ପଥେ ଏକା ସେ ଦିଗ୍ଦର୍ଶକ

ପ୍ରଭୁ ଜଗନ୍ନାଥ ସାଜ ମୋ ରକ୍ଷକ ଯେ.... ।


Rate this content
Log in

Similar oriya poem from Abstract