STORYMIRROR

Sumitra Nayak

Abstract Classics Inspirational

3  

Sumitra Nayak

Abstract Classics Inspirational

ରକ୍ତିମ ଅଂଶୁମାଳୀ

ରକ୍ତିମ ଅଂଶୁମାଳୀ

1 min
209

ଅଂଶୁମାଳୀ ଅଂଶ ରକ୍ତିମ ରକ୍ତିମ 

ରକ୍ତିମ ଆଭା ସଙ୍ଗେ ଆକାଶ ସମ ।


ଅଂଶୁମାଳୀ ଅଳଙ୍କୃତେ ଇହଲୋକ

ଇହଲୋକେ ବର୍ଣ୍ଣିତ ଅପୂର୍ବ ଭେକ ।


ଭେକ ତପନ ର ଔଜ୍ଜୋଲ୍ୟତା ବିଞ୍ଚେ

ବିଞ୍ଚେ ବାରିଦେ ପୁନଃ କନକ ସିଞ୍ଚେ ।


ସିଞ୍ଚେ ଧରଣିରେ ତାର ଆଭା ଅପୂର୍ବ

ଅପୂର୍ବ ସୋନ୍ଦର୍ଯ୍ୟ ସାୟନ୍ତନେ ପୂର୍ବ ।


ପୂର୍ବ ଆକାଶରେ ଆଚ୍ଛାଦିତ ରବି

ରବି ନାରଙ୍ଗୀ ନଭ ଲଲାଟ ଛବି ।


ଛବି ଅବର୍ଣ୍ଣନୀୟ ପ୍ରକୃତି ଚରିତ

ଚରିତ ସୌନ୍ଦର୍ଯ୍ୟ ଚର୍ଚ୍ଚିତ ଚର୍ଚ୍ଚିତ ।


ଚର୍ଚ୍ଚିତ ଚରିତ୍ର ଶ୍ରେଷ୍ଠ ସୁର ନାୟକ

ନାୟକ ଚିରନ୍ତନ ଅନନ୍ତ ଲୋକେ ।


ସୁର ଲୋକେ ରହି ଆଲୋକ ବିଛାଅ

ବିଛାଇ ରଶ୍ମି ଦୀପ୍ତି ଦିବସେ ଦିଅ ।


ଦିଅ ଅନ୍ତର କରି କ୍ଷଣେ ତିମିର କୁ

ତିମିର ଆସେ ମାଡ଼ି ଗଲେ ଦୂରକୁ ।


ଦୂରେ ବାସ ତୁମ୍ଭ ଅତୁଲ୍ୟ ଉତ୍କର୍ଷ

ଉତ୍କର୍ଷ ପ୍ରମାଣ ଯେ ନିଃସ୍ଵାର୍ଥ ଉତ୍ସ ।


ଉତ୍ସ ଏକୋଇ ଯେ ଅନନ୍ୟ ଗାରିମା

ଗାରିମା ଅଭେଦ୍ୟ ନାହିଁ ଗୁଣ ସୀମା ।


ସୀମା ହୀନ ଯୋଜନେ ତୁମ ଅବସ୍ଥିତି

ଅବସ୍ଥିତି ଦୂରେ ସତ୍ୟ ଦିବ୍ୟ ଘିତି ।


ଘିତି ରକ୍ତିମ ଉଦୟେ ଅସ୍ତେ ରବି

ରବି ଙ୍କ ଔଜ୍ଜାଲ୍ୟ ନଭେ ଶ୍ରେଷ୍ଠ ଛବି ।



Rate this content
Log in

Similar oriya poem from Abstract